ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଓ ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କ ଅନେକ କାର୍ୟ୍ୟକ୍ରମ ରହିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଆଜି ଅପରାହ୍ନରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ରାଜଭବନ ଦେଇ ସିଧାସଳଖ ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ଓ ରାଜଭବନରେ ରହଣି ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଛି ।
ଆଜି ଅପରାହ୍ନ ୫ଟା ୧୦ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ପହଞ୍ଚିବା ପରେ ସିଧାସଳଖ ଏମ୍ସ ସମାବର୍ତ୍ତନ ଉତ୍ସବକୁ ଯିବେ । ବିମାନବନ୍ଦର ଠାରୁ ଏମ୍ସ ପର୍ୟ୍ୟନ୍ତ ସ୍ବତନ୍ତ୍ର କାରକେଡ ଯୋଗେ ବ୍ଲୁ ବୁକ୍ ସିକୁରିଟି ଅନୁସାରେ ସୁରକ୍ଷା ଯୋଗାଇ ଦିଆଯିବ । ରାସ୍ତା ଉଭୟ ପାର୍ଶ୍ବରେ ପୋଲିସ ଫୋର୍ସ ମୁତୟନ ରହିବେ‌ । ଏହାସହ ଛକ ଛକରେ ଟ୍ରାଫିକ ପୋଲିସ ମୁତୟନ ରହିବେ । କେବଳ ଭୁବନେଶ୍ଵର ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ଯେଉଁଥିରେ ୮ଜଣ ଡିସିପି ରାଙ୍କ୍ ଅଧିକାରୀଙ୍କ ତତ୍ବାବଧାନରେ ୧୩ଜଣ ଅତିରିକ୍ତ ଡିସିପି ଓ ୩୩ଜଣ ଏସିପିଙ୍କ ସହ ୩୯ ଇନସ୍ପେକ୍ଟର ଓ ୧୮୦ ଏସଆଇ ଓ ଏଏସଆଇ ଦାୟିତ୍ବରେ ରହିବେ । ଏଥିପାଇଁ ଟ୍ରାଫିକ ଡିସିପିଙ୍କ ଦାୟିତ୍ବରେ ମଧ୍ୟ ଟ୍ରାଫିକ ପରିଚାଳନା ନେଇ ବ୍ୟବସ୍ଥା ହୋଇଛି । ସନ୍ଧ୍ୟା ୬ଟା ୪୫ରେ କାର୍ୟ୍ୟକ୍ରମ ଶେଷ ପରେ ସିଧା ରାଜଭବନ ଫେରିବା ସହ ରାତ୍ରି ଭୋଜନ ଓ ରାତ୍ରି ରହଣି କରିବେ ।ସେହିପରି ୧୫ ତାରିଖରେ ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ୟ୍ୟକ୍ରମ ରହିଛି । ସକାଳ ୧୦ଟା ପରେ କଟକ ଅଭିମୁଖେ ବାହାରି ଗୋଟିଏ ପରେ ଗୋଟିଏ କାର୍ୟ୍ୟକ୍ରମରେ ଯୋଗଦେବେ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ଇଣ୍ଡୋର ଷ୍ଟାଡିଅମ, ସାରଳା ଭବନ ଠାରେ ଆୟୋଜିତ କାର୍ୟକ୍ରମରେ ଯୋଗଦେବେ । ଏହି କାର୍ୟ୍ୟକ୍ରମ ସ୍ଥଳ ଗୁଡ଼ିକରେ ସୁରକ୍ଷା ଓ ରାସ୍ତାରେ ଟ୍ରାଫିକ ସମସ୍ୟାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

  • Garvita Odia

    Related Posts

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଇନ୍ତି। ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି…

    ଟ୍ବିନ୍ ସିଟିରେ ପିକେଟିଂ

    ଭୁବନେଶ୍ୱର: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ନ୍ୟାୟ ଦାବିରେ ଆଜି କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ଚକ ଅଖ ସବୁ ବନ୍ଦ ରହିଛି । ଛାତ୍ରୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଦେହରେ ନିଆଁ ଲାଗି ମହିଳା ଗୁରୁତର

    ଦେହରେ ନିଆଁ ଲାଗି ମହିଳା ଗୁରୁତର

    ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ, ଗିରଫ ହେଲେ ଭକ୍ତ ଦାଶ

    ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ, ଗିରଫ ହେଲେ ଭକ୍ତ ଦାଶ

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ଟ୍ବିନ୍ ସିଟିରେ ପିକେଟିଂ

    ଟ୍ବିନ୍ ସିଟିରେ  ପିକେଟିଂ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ