ଆଜି ଏନ୍‌ଡିଏ ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ବିହାରରେ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା କାର୍ୟ୍ୟ(ଏସଆଇଆର୍‌) ଉପରେ ଆଲୋଚନା ଦାବିକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ସୋମବାର ଲୋକସଭାରେ ସରକାର ବିଭିନ୍ନ ବିଧେୟକ ଆଗତ କରିବାକୁ ଯୋଜନା କରିଥିବା ବିରୋଧୀ ସଦସ୍ୟମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ। ଲୋକସଭାରେ ଜାତୀୟ କ୍ରୀଡା ପରିଚାଳନା ବିଧେୟକ ଓ ନ୍ୟାସନାଲ ଆଣ୍ଟି ଡୋପିଙ୍ଗ (ସଂଶୋଧନ) ବିଧେୟକ ଆଗତ କରାଯିବାକୁ ଧାର୍ୟ୍ୟ ହୋଇଥିଲା। ବିହାର ଏସଆଇଆର ବ୍ୟତୀତ କେରଳର କଂଗ୍ରେସ ସାଂସଦ ହିବି ଇଡେନ ଛତିଶଗଡରେ ଦୁଇଜଣ କ୍ୟାଥୋଲିକ୍ ନନ୍‌ଙ୍କୁ ଗିରଫ କରାଯିବା ପ୍ରସଙ୍ଗରେ ଆଲୋଚନା କରିବାକୁ ଲୋକସଭାରେ ମୁଲତବୀ ନୋଟିସ ଦେଇଥିଲେ। ଜୁଲାଇ ୨୫ରେ ମାନବ ଚାଲାଣ ଅଭିଯୋଗରେ ଛତିଶଗଡରେ ଦୁଇ ଜଣ ନନ୍‌ଙ୍କୁ ଗିରଫ କରାଯାଇଥିଲା। ତେବେ ଶନିବାର ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ବିହାର ଏସଆଇଆରକୁ ନେଇ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଲୋକସଭାକୁ ପ୍ରଥମେ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ଣରେ ଗୃହ ଆରମ୍ଭ ହେବାରୁ ବିରୋଧୀମାନେ ପୁନର୍ବାର ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀଙ୍କ ଏପରି ମନୋଭାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମାଲୋଚନା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ଗୃହର ସଦସ୍ୟଙ୍କ ସମୟକୁ ନଷ୍ଟ କରୁଛନ୍ତି। ଅପରାହ୍ଣରେ ଗୃହରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ୍‌ ବିକ୍ଷୋଭକାରୀ ସଦସ୍ୟଙ୍କୁ ଚେତାବନୀ ଦେଇଥିଲେ। ମୌସୁମି ଅଧିବେଶନ ଆରମ୍ଭରୁ ସଂସଦରେ ଅଚଳାବସ୍ଥା ଲାଗି ରହିଥିବାବେଳେ ଶାସକ ଏନଡିଏ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ଣ ୯ଟା ୩୦ରେ ସଂସଦୀୟ ଦଳ ବୈଠକ ବସିବାକୁ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସାଂସଦଙ୍କୁ ସମ୍ବୋଧନ କରିବେ। ମୌସୁମି ଅଧିବେଶନ କାଳରେ ଏନଡିଏ ସଂସଦୀୟ ଦଳର ଏହା ପ୍ରଥମ ବୈଠକ ହେବ। ଅନ୍ୟପଟେ ଶିବୁ ସୋରେନଙ୍କ ପରଲୋକ ପାଇଁ ସୋମବାର ରାଜ୍ୟସଭାର ଅଧିବେଶନକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଶିବୁ ସୋରେନ ରାଜ୍ୟସଭାର ସଦସ୍ୟ ଥିବାରୁ ତାଙ୍କ ପ୍ରତି ଗୃହରେ ଶ୍ରଦ୍ଧାଞ୍ଜଳି ସଭା କରାଯିବା ପରେ ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସିଂହ ଗୃହକୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

  • Related Posts

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ମୋହାଲି: ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ ୨ଜଣକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଅନେକ ଆହତ ହୋଇଥିବା…

    ରୁଷରେ ଅଜିତ ଡୋଭାଲ

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷଠାରୁ ଭାରତର ତେଲ କ୍ରୟ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଘଝଇ) ଅଜିତ ଡୋଭାଲ…

    Leave a Reply

    Your email address will not be published. Required fields are marked *

    You Missed

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ରୁଷରେ ଅଜିତ ଡୋଭାଲ

    ରୁଷରେ ଅଜିତ ଡୋଭାଲ

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ନବ ଦାସ ହତ୍ୟା ମାମଲା:  ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ