ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲଗାମରେ ଏନକାଉଣ୍ଟର ହୋଇଛି । ‘ଅପରେସନ୍ ଅଖଲ’ର ନବମ ଦିନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଆତଙ୍କୀ ସହ ଲଢି ଦୁଇ ବୀର ଯବାନ ଶହୀଦ ହୋଇଛନ୍ତି । ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜଣେ ଆତଙ୍କୀକୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଅଖଲ ଜଙ୍ଗଲରେ ୩ ଆତଙ୍କୀ ଏବେ ବି ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

କାଶ୍ମୀରର କୁଲଗାମର ଅଖଲ ଜଙ୍ଗଲରେ ଆତଙ୍କୀ ସହ ଗୁଳି ବିନିମୟ ନବମ ଦିନରେ ପହଞ୍ଚିଛି । ଅଗଷ୍ଟ ୧ରୁ ‘ଅପରେସନ୍ ଅଖଲ’ ଆରମ୍ଭ ହୋଇଥିଲା । ଶୁକ୍ରବାର ଏହି ଅଞ୍ଚଳରେ ଅପରେସନ୍ ଜୋରଦାର ହୋଇଥିଲା । ବିସ୍ଫୋରଣ ସହ ଗୁଳିଗୋଳା ଶବ୍ଦ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ୧୦ ଜଣ ଆହତ ହୋଇଛନ୍ତି । ସେନାଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୩ ଆତଙ୍କୀ ଲୁଚି ଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଅଗଷ୍ଟ ୧ରୁ ସୁରକ୍ଷାକର୍ମୀ ଏହି ଅପରେସନ୍ ଆରମ୍ଭ କରିଥିଲେ । ଭାରତୀୟ ସେନାର ଚିନାର ଫୋର୍ସ ଅନୁସାରେ, ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ ଟିମ୍‌ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଆତଙ୍କୀ ଦମନ ଅଭିଯାନ ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।ଶହୀଦ ଯବାନ ହେଲେ ଲାଏନ୍ସ/ନାଏକ ପ୍ରୀତିପାଲ ସିଂହ ଏବଂ ସେପଏ ହରିମନ୍ଦିର ସିଂହ । ଦେଶର ସୁରକ୍ଷା ପାଇଁ ଜୀବନର ବଳିଦାନ ଦେଇଛନ୍ତି । ତାଙ୍କ ବଳିଦାନକୁ ସଲାମ୍ କରିଛି ଭାରତୀୟ ସେନା ।

  • Related Posts

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂରକୁ ନେଇ ଚର୍ଚ୍ଚା ଲାଗି ରହିଛି । କାହାର କେତେ କ୍ଷତି ହୋଇଛି ତାକୁ ନେଇ ତର୍ଜମା ହେଉଛି । ଭାରତର ରାଫେଲ୍‌ ବିମାନ ଖସାଇଥିବା ନେଇ ବାରମ୍ବାର ଦାବି କରିଆସୁଛି ପାକିସ୍ତାନ । ଏପରିକି ଭାରତର ବିରୋଧୀ…

    ଓଡିଶା ମହିଳାଙ୍କ ଅଶାର କିରଣ ସାଜିଛି ‘ସୁଭଦ୍ରା’- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର/ଜୟପୁର: “ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ