ଆଦାନୀ ଗ୍ରୁପର ଶହେ କୋଟି ଟଙ୍କା ଫେରାଇବେ ତେଲେଙ୍ଗାନା ସରକାର

ଆମେରିକାର କୋର୍ଟ ଗୌତମ ଆଦାନୀଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିବା ପରେ ଆଦାନୀ ଗ୍ରୁପର ଦାନ ନେବାକୁ ବି ମନା କରିଦେଇଛନ୍ତି ତେଲାଙ୍ଗାନାର କଂଗ୍ରେସ ସରକାର। ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ଦେଇଥିବା ୧୦୦କୋଟି ଟଙ୍କାର ଅନୁଦାନକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରେଭନ୍ତ ରେଡ୍ଡୀ ସରକାର।
ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, ଏହି ଦାନ ଗ୍ରହଣ କରାଯିବ ନାହିଁ। ଏଥିପାଇଁ ଆଦାନୀ ଗ୍ରୁପକୁ ଏକ ଚିଠି ଲେଖି ଜଣାଇ ଦିଆଯାଇଛି। ଆମେ ଆଦାନୀ ଗ୍ରୁପକୁ ଏକ ଚିଠି ଲେଖି କହିଛୁ ଯେ ରାଜ୍ୟ ସରକାର ଆଦାନୀ ଗ୍ରୁପ୍ ଦେଇଥିବା ୧୦୦ କୋଟି ଟଙ୍କାର ଅନୁଦାନ ଗ୍ରହଣ କରିବେ ନାହିଁ।
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଅନେକ କମ୍ପାନୀ ଦାନ କରିଛନ୍ତି। କିନ୍ତୁ ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଅନୁଦାନର ଉତ୍ସ ନୈତିକ ଏବଂ ସ୍ୱଚ୍ଛ ହେବା ଦରକାର। ବିବାଦୀୟ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀରୁ ଟଙ୍କା ଗ୍ରହଣ କରିବା ରାଜ୍ୟ ନୀତି ବିରୁଦ୍ଧ ବୋଲି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି।

ଆମେରିକା କୋର୍ଟ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ସାତ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିବା ପରେ ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ (DOJ) ଅଭିଯୋଗ କରିଥିଲେ ଯେ ଆମେରିକାରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨,୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି। ଏଥିରେ ଏକାଧିକ ରାଜ୍ୟ ମଧ୍ୟ ଜଡ଼ିତ ଅଛି।

ଏହାବାଦ ଆମେରିକା ନିବେଶକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ଠକେଇ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଆମେରିକାର ଏକ କୋର୍ଟ ଗୌତମ ଆଦାନୀଙ୍କ ସମେତ ଆଠ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। କିନ୍ତୁ ଏସବୁ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ବଦନାମ କିମ୍ବା ସେ ସେହି ଦୋଷ କରିଛନ୍ତି ବୋଲି ଧରି ନିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ଏପର୍ଯ୍ୟନ୍ତ ମଧ୍ୟ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ କି କେହି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ତଥାପି ଏହାର ସିଧା ପ୍ରଭାବ ଆଦାନୀ ଗ୍ରୁପ୍ ଉପରେ ପଡ଼ିଛି। ହିଣ୍ଡେନବର୍ଗ ରିପୋର୍ଟ ବେଳେ ଆଦାନୀ ଗ୍ରୁପକୁ ଯେତିକି କ୍ଷତି ସହିବାକୁ ପଡ଼ିନଥିବା ତାଙ୍କୁ ଅଧିକ କ୍ଷତି ସହିଲାଣି ଆଦାନୀ ସାମ୍ରାଜ୍ୟ।

  • Related Posts

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସି ପଡ଼ିଛି । କଣ୍ଡୱା ଅଞ୍ଚଳ…

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ; ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ଜଷ୍ଟିସ୍ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ନଗଦ ଟଙ୍କା ଜବତ ଘଟଣାରେ ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ତଦନ୍ତ ପ୍ରକ୍ରିୟା ବନ୍ଦ କରିବା…

    Leave a Reply

    Your email address will not be published. Required fields are marked *

    You Missed

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

    ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବର୍ଷା: ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ବଡ ଝଟକା: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ

    ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ