ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ଚାଲିଗଲା ରୋଗୀ ଜୀବନ

ଜଗତସିଂହପୁର: ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ଚାଲିଗଲା ରୋଗୀର ଜୀବନ । ଗୁରୁତର ରୋଗୀକୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଘଟିଛି ଅଭାବନୀୟ ଘଟଣା । ଜଗତସିଂହପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ଅକ୍ସିଜେନ ନ ଥିବାରୁ ମହିଳା ରୋଗୀଙ୍କର ଜୀବନ ଚାଲିଯାଇଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ଉତକ୍ତ୍ୟ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ସଦର ଥାନା ପୋଲିସ ର ଜିମା ଦେଇଥିବା ବେଳେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଛି । ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗ୍ରାମର କମଳା ପଣ୍ଡା ନାମକ ଜଣେ ୫୮ ବର୍ଷୀୟ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ରବିବାର ବିଳମ୍ବିତ ରାତିରେ ଜଗତସିଂହପୁର ମେଡିକାଲ ଓ ପରେ ମା କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଉଥିଲା । ମାତ୍ର ଏହି ଘରୋଇ ଆମ୍ବୁଲାନ୍ସରେ କେବଳ ଫାଙ୍କା ସିଲିଣ୍ଡର ଥିବା ବେଳେ ସେଥିରେ ଅକ୍ସିଜେନ ନଥିଲା । ଯାହା ଫଳରେ ବାଟରେ ଅସ୍କିଜେନ ଆବଶ୍ୟକ ପଡିବାରୁ ଆମ୍ବୁଲାନ୍ସରେ ଥିବା କର୍ମଚାରୀ ରୋଗୀଙ୍କ ମୁହଁରେ କେବଳ ଖାଲି ଅକ୍ସିଜେନ ମାସ୍କ ଲଗାଇଥିଲେ । ଫଳରେ ଅସ୍କିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିବାର ଅଭିଯୋଗ ହୋଇଛି ।

  • Related Posts

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…

    Continue reading
    ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

    ନାରାୟଣପାଟଣା,04/09 : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର