ଆଲେଖ୍ୟ ମାଧ୍ୟମରେ ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଆଲେଖ୍ୟ । ଗତ କିଛି ଦିନରେ ରାଜ୍ୟରେ କିଛି ଭଉଣୀଙ୍କର ଆତ୍ମଦାହର କରୁଣ ଘଟଣା । ଜଣେ ଦରଦୀ ମଣିଷ ଭାବରେ ମୋତେ ଅନେକ ଦୁଃଖ ଓ ଯନ୍ତ୍ରଣା ଦେଇଛି। ମାତ୍ର ଦୋଷୀକୁ ଖୋଜି ଦଣ୍ଡଦେବା ପାଇଁ ଉଦ୍ୟମରେ ତିଳେମାତ୍ର ଅବହେଳା କରିନାହିଁ ମୋ ସରକାର। ଗତ ୨୫ ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ସାମ୍ନାରେ ଅଛି। ମୋର ପ୍ରିୟ ଓଡ଼ିଶାବାସୀ ବିଗତ ୨୪ ବର୍ଷ ଓ ମୋର ଗୋଟିଏ ବର୍ଷରେ ମହିଳା ସୁରକ୍ଷା ଓ ସମ୍ମାନର ସତ୍ୟତାକୁ ଥରେ ନିଜେ ନିଜ ମନରେ ବିଚାର କରିବାପାଇଁ ଅନୁରୋଧ କରୁଛି । ମୁଁ ତର୍କ କରିବାକୁ ଚାହୁଁନି । ୨୪ ବର୍ଷ ବନାମ ୧ ବର୍ଷର ଘଟଣା କ୍ରମର ପ୍ରମାଣ ଓଡ଼ିଆ ଲୋକଙ୍କ ପାଖରେ ଅଛି । ମୋର ସୁଭଦ୍ରା ସ୍ବରୂପ ଭଉଣୀମାନେ ଭଲ ଭାବରେ ବୁଝିଛନ୍ତି । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ମୋର ସୁଭଦ୍ରା ସ୍ବରୂପା ରୂପା ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଉଛି। ମୋ ସରକାର ସରକାର ପୀଡ଼ିତାଙ୍କ ପରିବାରକୁ ଖାଲି ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇନି, ବରଂ ସେମାନଙ୍କ ସହ ଏହି ପରିବାରର ସଦସ୍ୟ ରଳି ଠିଆ ହୋଇଛି। ରାକ୍ଷୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଜଣେ ଭାଇ ଭାବରେ ମୁଁ କହିବାକୁ ଚାହେଁ ଯେ, ଆପଣଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମେ ଆମେ ବଦ୍ଧ ବଦ୍ଧପରିକର ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜାଣିଛି ମୋତେ ଓ ମୋ ସରକାରକୁ କେଉଁ-କେଉଁ ପ୍ରସଙ୍ଗରେ କେମିତି ସମାଲୋଚନା କରାଯାଉଛି। ଆମେ ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ଅଛୁ। ଗଣତନ୍ତ୍ରରେ ସମାଲୋଚନାକୁ ବୁଝିବା, ସମ୍ମାନ ଦେବା ଓ ସମାଧାନର ରାସ୍ତା କାଢ଼ିବାପାଇଁ ମୁଁ ବଦ୍ଧପରିକର। ମାତ୍ର ଗୋଟିଏ କଥା ମୋର ପ୍ରିୟ ଓଡ଼ିଶାବାସୀଙ୍କ ପାଖରେ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି। ମୋ ପରିବାରର ରାଜନୀତି ବା ଆର୍ଥିକ ପୃଷ୍ଠଭୂମି କିଛି ନାହିଁ। ସ୍କୁଲ ଶିକ୍ଷକରୁ ସରପଞ୍ଚ, ଚାରିଥର ବିଧାୟକ ଓ ମହାପ୍ରଭୁଙ୍କ ଅଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ହୋଇଛି। ଜୀବନ ସହ ସଂଘର୍ଷ କରି କରି ପଢି-ଉଠି-ଠିଆ ହୋଇ ଆଗକୁ ବଢିବାର ଅନେକ ଅନୁଭବ ମୋ ପାଖରେ ଅଛି। ଗଠନମୂଳକ ସମାଲୋଚନାକୁ ସ୍ବାଗତ । ମାତ୍ର ଜଣେ ଆଦିବାସୀ ଓ ଗରିବ ପରିବାରର ଲୋକ କେମିତି ମୁଖ୍ୟମନ୍ତ୍ରୀ ହୋଇଯିବ ? ଏହିପରି ସାମନ୍ତବାଦୀ ବିଚାର ରଖୁଥିବା ବ୍ୟବସ୍ଥାର ଲୋକମାନଙ୍କର ଉଦ୍ଦେଶ୍ୟ ପ୍ରଣୋଦିତ ସମାଲୋଚନା ମୋତେ ଆଦୌ ଚିନ୍ତିତ କରେନି। ବରଂ ଦିନରାତି ରାଜ୍ୟର ଗରିବ, ଅତିଗରିବ, ଆଦିବାସୀ, ଦଳିତ, ପଛୁଆବର୍ଗ, ଦୁର୍ଗମ ଅଞ୍ଚଳର ବାସିନ୍ଦା, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ତଥା ବିକାଶ ପାହାଚର ସବୁଠୁ ତଳ ପାହାଚରେ ଥିବା ଲୋକମାନଙ୍କ ପାଇଁ ଦିନରାତି ଏକ କରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଉଛି ।

  • Related Posts

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading
    ‘ଗୋଟିଏ ଲୋକ, ଗୋଟିଏ ଭୋଟ’ ପାଇଁ ଡିଜିଟାଲ ଭୋଟର ତାଲିକା ଜାରି କର : ରାହୁଲ

    ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ବିରୋଧରେ ତାଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି। ଭୋଟ ଚୋରିକୁ ନେଇ ନିର୍ବାଚନ ଆୟୋଗ (ଇସି)ଙ୍କ ବିରୋଧରେ ନିଜର ଲଢେଇ ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ