ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ ବିମାନ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ । ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ବିଳମ୍ବିତ ରାତିରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ଦର୍ଶାଯାଇଛି ଯେ ଅପ୍ରତ୍ୟାଶିତ ଭାବରେ ବିମାନର ଦୁଇଟି ଇଞ୍ଜିନ ହଠାତ୍‍ କାମ କରିଲାନି । ଏକ ସେକେଣ୍ଡରେ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଟେକଅଫର ୯୦ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । ଇଞ୍ଜିନ୍‍ ଫେଲ୍‍ ହେବାରୁ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ଦୁଇ ଜଣ ପାଇଲଟ୍‍ । ବ୍ଲାକବକ୍ସରେ ପାଇଲଟଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି । ଜଣେ ଆଉ ଜଣଙ୍କୁ ଇଞ୍ଜିନ୍‍ ବନ୍ଦ ହୋଇଯାଇଥିଲା କି ବୋଲି ପଚାରିଥିଲେ । କକପିଟ୍‍ ଭଏସ୍‍ ରେକର୍ଡରରୁ ମିଳିଥିବା ତିଥ୍ୟରୁ ଜଣାପଡିଛି ଯେ ଉଡାଣ ଭରିବା ପରେ ବିମାନଟି ୧୮୦ନଟ୍‍ ବେଗରେ ପହଞ୍ଜିବା ମାତ୍ରେ ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣକାରୀ ସ୍ୱିଚ୍‍ ଗୁଡିକ ରନିଂ ମୋଡରୁ କଟଅଫ୍‍ ମୋଡକୁ ଚାଲିଯାଇଥିଲା । ଉଭୟ ସ୍ୱିଚ୍‍ ଗୁଡିକୁ ୧ସେକେଣ୍ଡ ବ୍ୟବଧାନରେ କଟଅଫ୍‍ ହୋଇଯାଇଥିଲା । ଫଳରେ ଏହା ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲା । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ପକ୍ଷରୁ ଏହି ବଡ ଖୁଲାସା କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ବିମାନର ଗତି ହ୍ରାସ ପାଇବାକୁ ଲାଗିଲା, ଜଣେ ପାଇଲଟ୍‍ ଅନ୍ୟ ପାଇଲଟ୍‍ଙ୍କୁ ପଚାରିଥିଲେ ଯେ ତୁମେ ତେଲ ଯୋଗାଣ ସ୍ୱିଚ୍‍ କାହିଁକି କାଟିଲ? ଅନ୍ୟ ଜଣେ ପାଇଲଟ୍‍ ଉତ୍ତର ଦେଇଥିଲେ ଯେ ସେ କାଟି ନାହାଁନ୍ତି । ପାଇଲଟ୍‍ ତୁରନ୍ତ ସ୍ୱିଚ୍‍ ଅନ୍‍ କରିଥିଲେ । ଗୋଟିଏ ଇଞ୍ଜିନ କାମ କରିବା ବେଳେ ଅନ୍ୟ ଏକ ଇଞ୍ଜିନଟି ସକ୍ରିୟ ହୋଇନଥିଲା । ଯେତେବେଳେ ବିମାନର ଗତି ହ୍ରାସ ପାଇବାଲୁ ଲାଗିଲା ପାଇଲଟ ଜଣଙ୍କ ‘ମେ ଡେ’ ମେସେଜ୍‍ ଦେଇଥିଲେ । ଗତ ଜୁନ୍‍ ୧୨ରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୨୯ଜଣ ଯାତ୍ରୀ, ୧୦ଜଣ କ୍ରୁ ସଦସ୍ୟ ଏବଂ ୧୯ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ତଦନ୍ତ ଏଏଆଇବି ଦ୍ୱାରା କରାଯାଇଥିଲା ଏବଂ ଦୁର୍ଘଟଣାର ଠିକ୍‍ ଗୋଟିଏ ମାସ ପରେ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି ।

  • Garvita Odia

    Related Posts

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ…

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ନୂଆଦିଲ୍ଲୀ: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧