ଇସ୍ତଫା ଦେଲେ ବିସିସିଆଇ ସଭାପତି ରୋଜର ବିନ୍ନି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ରିପୋର୍ଟ ଅନୁଯାୟୀ ବିସିଆଇ ସଭାପତି ରୋଜର ବିନ୍ନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବୋର୍ଡ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କୁ କାର୍ୟ୍ୟକାରୀ ସଭାପତି କରାଯାଇଛି । ଏବେ ସଭାପତିଙ୍କ ପାଇଁ ସ୍ପନସରସିପ ଖୋଜିବା ବଡ଼ ଚ୍ୟାଲେଞ୍ଜ ହେବ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରୋଜର ବିନ୍ନି ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୭ରେ ରାଜୀବ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ବିସିସିଆଇ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ୍ରିମ ୧୧ ପ୍ରତ୍ୟାହାର ପରେ ନୂଆ ସ୍ପନ୍‌ସର ଉପରେ ଆଲୋଚନା କରାଯାଇଥିଲା । ୨୦୨୨ରେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନି ବୋର୍ଡର ସଭାପତି ହୋଇଥିଲା । ବର୍ତ୍ତମାନ ରୋଜର ବିନ୍ନିଙ୍କ ବୟସ ୭୦ ବର୍ଷ । ସେ ସଭାପତି ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ବିସିସିଆଇର ନିମୟ ଅନୁଯାୟୀ, ଯେକୌଣସି ଅଧିକାରୀଙ୍କୁ ୭୦ ବର୍ଷ ବୟସ ପରେ ତାଙ୍କ ପଦବୀ ଛାଡିବାକୁ ପଡିବ । ଏପରି ପରିସ୍ଥିତିରେ, ପୂର୍ବତନ ଟିମ ଇଣ୍ଡିଆ ଖେଳାଳି ରୋଜର ବିନ୍ନି ଏହି ପଦବୀରେ ରହିବା ପାଇଁ ଅଯୋଗ୍ୟ ହୋଇଛନ୍ତି । ରାଜୀବ ଶୁକ୍ଲା କିଛି ମାସ ପାଇଁ ଦାୟିତ୍ୱ ଗ୍ରହଣ କରିବେ । ନୂଆ ସଭାପତି ନିର୍ବାଚିତ ହେବା ପର୍ୟ୍ୟନ୍ତ ସେ କାର୍ୟ୍ୟକାରୀ ସଭାପତି ଭାବରେ କାର୍ୟ୍ୟ କରିବେ ।

  • Related Posts

    ରାଜସ୍ଥାନ ରୟାଲ୍‌ସ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଲେ ଦ୍ରାବିଡ଼

    ନୂଆଦିଲ୍ଲୀ: ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ରାହୁଲ ଦ୍ରାବିଡ଼। ଗୋଟିଏ ଋତୁ ପରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ଦଳ ଆଇପିଏଲ-୨୦୨୫ରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ଦ୍ରାବିଡ଼ ମୁଖ୍ୟ…

    Continue reading
    ଚୀନ୍‌କୁ ୪-୩ ଗୋଲରେ ହରାଇଲା ଭାରତ

    ରାଜଗିରି : ଅଧିନାୟକ ହରମନପ୍ରୀତ ସିଂହଙ୍କ ୪ଟି ଗୋଲ ବଳରେ ଆୟୋଜକ ଭାରତ ଏସିଆ କପ୍‌ ପୁରୁଷ ହକି ପ୍ରତିଯୋଗିତା -୨୦୨୫ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିହାରର ରାଜଗିରିରେ ଶୁକ୍ରବାର ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାର ପୁଲ-ଏ ର ଦ୍ବିତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ