
ଭୁବନେଶ୍ୱର: ବୁଧବାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ବା ଶେଷ ଦିନ । ଦ୍ଵିତୀୟ ଦିନରେ ଆଉ ୩୦ ଟି ଏମଓୟୁ କରିବେ ରାଜ୍ୟ ସରକାର ଓ ରାଜ୍ୟ ସରକାର ୧୦୦ ରୁ ଅଧିକ ଏମଓୟୁ ଲକ୍ଷ୍ୟ ରଖିଥିବା ବେଳେ ସେ ଲକ୍ଷ୍ୟ ଠାରୁ ଅଧିକ ହେବ ବୋଲି କହିଛନ୍ତି ଶିଳ୍ପ ସଚିବ । ଆଜି ୩୦ଟି ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ।ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟରେ ୧୦ଟି ସେସନ୍ ରହିଛି । ଯେଉଁଥିରେ ମହିଳା ଉଦ୍ୟୋଗୀ ଉପରେ ସ୍ୱତନ୍ତ୍ର ସେସନ୍ ହେବ । ‘ସୁଭଦ୍ରା’ରୁ ମୁଦ୍ରାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଅଧିବେସନ ହେବ । ଶେଷ ଦିନରେ ସ୍କିଲ୍ ଇନ୍ ହେଲ୍ଥ ସେକ୍ଟର୍ ଏବଂ ଫାର୍ମା ସେକ୍ଟର ନିବେଶ ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ । ମଙ୍ଗଳବାର ଭୁବନେଶ୍ଵର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଦେଶ ବିଦେଶର ନିବେଶକ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି ଓଡ଼ିଶାକୁ ଜାନୁଆରୀରେ ମୋର ଦ୍ଵିତୀୟ ଓଡ଼ିଶା ଗସ୍ତ ବୋଲି କହିଥିଲେ। ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇ କାର୍ୟ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ତେବେ ପ୍ରଥମ ଦିନରେ ସାଢେ ୪ଲକ୍ଷ କୋଟି ଟଙ୍କାର ନିବେଶ ମିଳିଛି । ୫୪ ଟି ଏମଓୟୁ ହୋଇଛି । ଶେଷ ଦିନରେ ତିନିହଜାର କୋଟି ନିବେଶ ଆସିବ ବୋଲି ଆଶା କରାଯାଉଛି ।