ଉପରାଷ୍ଟ୍ରପତିଙ୍କ ଇସ୍ତଫା ଶୁଣି ବ୍ୟକ୍ତିଗତ ଭାବେ ମର୍ମାହତ: ସିବଲ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ । ଧନଖଡ ତାଙ୍କ ଇସ୍ତଫା ପଛରେ ତାଙ୍କ ସ୍ୱାସ୍ଥ୍ୟ କାରଣ ଦର୍ଶାଇଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଧନଖଡଙ୍କ ଇସ୍ତଫା ପରେ, ବିରୋଧୀ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।
ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ଉପରେ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଯେ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବରେ ଦୁଃଖିତ । କାରଣ ତାଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ ରହିଛି । ସେ ମୋ ପରିବାରକୁ ବହୁତ ଭଲ ଭାବରେ ଜାଣିଥିଲେ । ଏପରିକି ତାଙ୍କର ମୋ ବାପାଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ଥିଲା।

ସିବଲ କହିଛନ୍ତି ଯେ ମୁଁ ସର୍ବଦା ତାଙ୍କୁ ସମ୍ମାନ କରେ । ସେ ମଧ୍ୟ ମୋତେ ସବୁବେଳେ ସମ୍ମାନ କରନ୍ତି। ମୁଁ ଦୁଃଖିତ ଏବଂ ମୁଁ ଆଶା କରୁଛି ଯେ ସେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘଜୀବି ହୁଅନ୍ତୁ। ମୁଁ ତାଙ୍କ ସୁସ୍ଥତା କାମନା କରୁଛି।

  • Garvita Odia

    Related Posts

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ନୂଆଦିଲ୍ଲୀ : ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଦୁର୍ବୃତ୍ତଙ୍କ ପାଶବିକ ଅତ୍ୟାଚାରର ଶିକାର ହୋଇ ଜଳି ଯାଇଥିବା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍‌ସରେ ଭେଟିଛନ୍ତି ବିଜେଡିର ୪ ସାଂସଦ। ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ…

    ହରିୟାଣାରେ ଭୂକମ୍ପ ଝଟକା

    ନୂଆଦିଲ୍ଲୀ : ହରିୟାଣାରେ ଭୂକମ୍ପ ଝଟକା। ସକାଳ ୬ଟା ସମୟରେ ହରିୟାଣାର ଫରିଦାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫରିଦାବାଦର ଦକ୍ଷିଣ ପୂର୍ବରେ ୧୬ କିମି ଏବଂ ଭୂମିଠାରୁ…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା