ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ୟ୍ୟନ୍ତ ସେହି କ୍ଲାସ୍‌ରେ ରହିବେ

ଭୁବନେଶ୍ବର: ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ୟ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ। ପାସ୍ ହେଲା ପରେ ସେ ଉପରସ୍ତ ଶ୍ରେଣୀକୁ ଯିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି।
ବିଗତ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପାସ୍ ଫେଲ୍ ନଥିଲା। ଫଳରେ ପିଲା କଣ ଶିଖିଲେ ତାହା ଜଣା ପଡୁ ନଥିଲା। ମାତ୍ର ‌ଏବେ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ପାସ୍ ଫେଲ୍ ଲାଗୁପରେ ପିଲାର ଷ୍ଟାଣ୍ଡାର୍ଡ ଜଣାପଡିବ ।ଏହା ସହିତ ଶିକ୍ଷକମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ଅପିଲ୍ କରିଛନ୍ତି ଯେ, ସେମାନେ ପାଠପଢାରେ ଅବହେଳା କରନ୍ତୁ ନାହିଁ। ପିଲା ଯେପରି ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସରକାର ଏସବୁ ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

  • Related Posts

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…

    Continue reading
    ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

    ନାରାୟଣପାଟଣା,04/09 : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର