ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ ୪ ଟି ବନ୍ଧୁକ ଜବତ ହୋଇଛି । ଗୋଟିଏ SLR, ୨ ଟି INSAS ଓ ଗୋଟିଏ ୩୦୩ ବନ୍ଧୁକ ଜବତ ହୋଇଛି ।
ସୂଚନା ଅନୁସାରେ ମହାରାଷ୍ଟ୍ର ଗଡଚିରୋଲି ଓ ଛତିଶଗଡ଼ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା କୋପର୍ଶି ଜଙ୍ଗଲ ଭିତରେ ମାଓବାଦୀ ମାନେ ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ C-60 ବାହିନୀ ଓ CRPF ବାହିନୀ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଖସି ପଳାଇଥିବା ଅନ୍ୟ ମାଓବାଦୀଙ୍କୁ ଖୋଜିବା ପାଇଁ ସେଠାରେ ଅପରେସନ ଜାରି ରହିଛି । ମାଓବାଦୀଙ୍କ ମୃତ ଦେହ ହେଲିକେପ୍ଟର ଯୋଗେ ଗଡଚିରୋଲି ନିଆଯାଇଛି ।
ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ
ବିହାର : ବିହାରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ପୁଲିସର କଡାକଡି ଚେକିଂ ଚାଲିଛି । ଗୁଇନ୍ଦା ସଂସ୍ଥାର ସୁଚନା ପରେ ପୋଲିସ ହାଇଆଲର୍ଟରେ ରହିଥିବା…