ଏବେର ସରକାର ଦୁର୍ନୀତିରେ ଚାଲିଛି:ବିଜେଡି

ଭୁବନେଶ୍ବର: ବିଜେପି ସରକାରକୁ ଟାର୍ଗେଟ୍ କଲା ବିଜେଡି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଲେ, ୨୦୨୪ ପୂର୍ବରୁ ଯେଉଁଭଳି ଭାବେ ନବୀନ ପଟ୍ଟନାୟକଙ୍କ ଶାସନ ସୁରୁଖୁରୁରେ ଚାଲିଥିଲା ଏବେର ସରକାର ଦୁର୍ନୀତିରେ ଚାଲିଛି । ନୀଳଗିରି ବିଜେପି ବିଧାୟକଙ୍କ ଚତ୍ରଛାୟାରେ ଅପରାଧର ଚରାଭୂଇଁ ଚାଲିଛି । ଗତ ଜୁନ୍ ୧୫ରେ ନୀଳଗିରି ବ୍ଲକ ଟେଲିପାଡ଼ ପଞ୍ଚାୟତରେ ବିଶାଳ ଦନ୍ତା ହାତୀକୁ ମାରି ଅମୂଲ୍ୟ ଦାନ୍ତ ଲୁଟ୍ କରିଛନ୍ତି । ତଦନ୍ତ କରି ବନ ବିଭାଗ ଜାଣିଲା ଯେ ଅଭିଯୁକ୍ତ ମାନେ ବିଧାୟକଙ୍କ ଫାର୍ମ ହାଉସରେ ଲୁଚିଥିଲେ । ଯାହା ଦର୍ଶାଉଛି ଯେ ହାତୀ ଦାନ୍ତ ତସ୍କରୀରେ ବିଧାୟକଙ୍କ ହାତ ଅଛି । ହାତୀ ସଂରକ୍ଷଣ ଆଇନ ଅନୁସାରେ ଜେଲ୍ ଦଣ୍ଡ ଓ ଫାଇନ ହୁଏ । ଚାରି ଜଣ ଗିରଫ ହୋଇଛନ୍ତି । ହେଲେ ଯେଉଁ ଫାର୍ମ ହାଉସରେ ଲୁଚିଥିଲେ, ସେ ଏବେ ବି ମୁକୁଳାରେ ବୁଲୁଛନ୍ତି । ସେ ଗିରଫ ହୋଇନାହାନ୍ତି । ବିଧାୟକ ଜଙ୍ଗଲ ଜମି ଜବରଦଖଲ କରିଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ସେହିଭଳି, ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପାଣିଗ୍ରାହୀ କହିଛନ୍ତି ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ । ରଥଯାତ୍ରାରେ ଅବ୍ୟବସ୍ଥା, BMCରେ ଅରାଜକତା ଚାଲିଛି । ପୂର୍ବତନ ବିଧାୟକ ସୁକାନ୍ତ ନାୟକ କହିଛନ୍ତି, ପାଞ୍ଚ ଶିକାରୀ ହାତୀକୁ ମାରି ତସ୍କରୀ କରିବା ଅଭିଯୋଗରେ ବିଧାୟକଙ୍କ ଫାର୍ମ ହାଉସରୁ ଗିରଫ ହୋଇଛନ୍ତି । ଗାଁ ଲୋକଙ୍କ ଆଗରେ ମୁଲଚାଲ ହେଉଛି । ତେବେ ତଦନ୍ତ କେମିତି ନିରପେକ୍ଷ ହେବ । ଓ୍ବାଇଲ୍ଡଲାଇଫ୍ ପ୍ରୋଟେକସନ୍ ଆଇନ ଅନୁସାରେ ତଦନ୍ତ ହେଉ । ଠିକ୍ ସମୟରେ ତଦନ୍ତ ହେଲେ, ଭବିଷ୍ୟତରେ ଏପରି ସ୍ପର୍ଶକାତର ବିଷୟ ହେବନି ବୋଲି ସୁକାନ୍ତ ନାୟକ କହିଛନ୍ତି ।

  • Related Posts

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ତିନି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ସ୍ଥିତ ଡିଜି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ…

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ,…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar