
ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫ ଅଗଷ୍ଟରୁ ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ର ନିୟମ ଲାଗୁ ହେବ । ଏହି ସମସ୍ତ ପରିବର୍ତ୍ତନ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଜାଣନ୍ତୁ ଅଗଷ୍ଟରେ ହେବ କି କି ପରିବର୍ତ୍ତନ ହେବ ।
ଏଲପିଜି ଦର- ତୈଳ କମ୍ପାନୀ ସାରା ଦେଶରେ ୧୯ କିଲୋ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ରେ ହ୍ରାସ ହୋଇଛି । ଏଥିରେ ୩୩.୫୦ ଟଙ୍କା କମ୍ ହୋଇଛି । ଏହି ନୂଆ ଦାମ୍ ୧ ଅଗଷ୍ଟରୁ ଲାଗୁ ହେବ । ମାତ୍ର ଘରୋଇ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । କମର୍ସିଆଲ୍ ସିଲିଣ୍ଡର ଦାମ୍ ଦିଲ୍ଲୀରେ ୧୬୩୧.୫୦ ଟଙ୍କା, କଲକାତାରେ ୧୭୩୪.୫୦ ଟଙ୍କା, ମୁମ୍ବଇରେ ୧୫୮୨.୫୦ ଓ ଚେନ୍ନାଇରେ ୧୭୮୯ ଟଙ୍କା ରହିଛି ।