ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ ସହ ଗର୍ବର ସହ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରିବା ସହ ଓଡ଼ିଶା ସମେତ ବିବିଧ ହସ୍ତତନ୍ତ ଐତିହ୍ୟ ଉପରେ ଗର୍ବ କରିବା ସହ ବୁଣାକାରମାନଙ୍କୁ ସଶକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ‘ଜାତୀୟ ହସ୍ତତନ୍ତ ଦିବସ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଏବଂ ପରମ୍ପରାକୁ ପ୍ରତିପାଦିତ କରୁଛି । ଏ ଗୁଡ଼ିକ କେବଳ ପୋଷାକ ନୁହେଁ ବରଂ ଓଡ଼ିଶାର ଭାବାବେଗର ଏକ ଅଂଶ ବିଶେଷ । ଆଜି ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ସହଯୋଗୀ ତଥା ଦଳୀୟ ସାଂସଦମାନଙ୍କ ସହ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ଗର୍ବର ସହିତ ପାଳନ କରି ଆନନ୍ଦିତ । ପ୍ରତ୍ୟେକ ବୟନ ପରମ୍ପରା ; ସାଂସ୍କୃତିକ ଐତିହ୍ୟ, କାରିଗରୀ ଏବଂ କଳାକୃତିର ସମାହାର । ଆମର ବୁଣାକାରମାନେ ଦେଶର ବୟନ ଐତିହ୍ୟକୁ ସଂରକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ଏବଂ ନବସୃଜନ ଆଧାରରେ ବୟନ କ୍ଷେତ୍ରକୁ ପରିବର୍ତ୍ତନ କରୁଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭାରତ ହେଉଛି ବିବିଧ ହସ୍ତତନ୍ତ ପରମ୍ପରାର ଗନ୍ତାଘର । କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କିବିଥୁ ପର୍ୟ୍ୟନ୍ତ ଆମର ପ୍ରତ୍ୟେକ ପୋଷାକ ଆମର ସାଂସ୍କୃତିକ ଐତିହ୍ୟ, ନୀତି ଏବଂ ବିବିଧତାର ଏକ ଜୀବନ୍ତ ପ୍ରମାଣ । ସମ୍ବଲପୁରୀରୁ ଇକତ; ଓଡ଼ିଶାର ହସ୍ତତନ୍ତ ପରମ୍ପରା ଏବଂ କାରିଗରୀର ଏକ ଭଣ୍ଡାର। ଆମର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ଜୀବିତ ରଖିବା ପାଇଁ କାମ କରୁଥିବା କାରିଗର, କଳାକାର ଏବଂ ବୁଣାକାରମାନଙ୍କୁ ଧନ୍ୟବାଦ । ଆମେ ଆଜି ଏବଂ ପ୍ରତିଦିନ ଗର୍ବର ସହିତ ସର୍ବଦା ହସ୍ତତନ୍ତ ପିନ୍ଧିବା ଏବଂ ପ୍ରତ୍ୟେକ ସୂତାରେ ଜୀବନ ଦେଉଥିବା କାରିଗରମାନଙ୍କୁ ସଶକ୍ତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

    ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସି ପଡ଼ିଛି । କଣ୍ଡୱା ଅଞ୍ଚଳ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”