ନୂଆଦିଲ୍ଲୀ: ଓଡ଼ିଶାରେ ଖଣି ଓ ଆନୁସଙ୍ଗିକ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ଏବଂ ଓଡ଼ିଶାର ଦକ୍ଷତା ବିକାଶ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, ଓଡିଶାର ଖଣି କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ବିକାଶକୁ ଇନ୍ଧନ ଯୋଗାଇବା ଏବଂ ବୃହତ ଆକାରରେ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି। ଭାରତରେ ପ୍ରଥମ ଥର ପାଇଁ ନୂଆ ଶୈଳୀରେ ପ୍ରତିଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ଖଣି କ୍ଷେତ୍ରରେ ବିଶ୍ୱ ମାନଦଣ୍ଡ ସହିତ ସମାନ ଭାବରେ ପ୍ରାସଙ୍ଗିକ ଦକ୍ଷତା ସୁଯୋଗ ପ୍ରଦାନ କରିବା ସହ ଦକ୍ଷତା ଅଭାବକୁ ଦୂର କରିବ। ଖଣି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷ କର୍ମଚାରୀଙ୍କ ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହେବ। ଓଡିଶାକୁ ଏକ ଗ୍ଲୋବାଲ୍ ସ୍କିଲ୍ ହବରେ ପରିଣତ କରିବା ପାଇଁ ଥିବା କାର୍ଯ୍ୟପନ୍ଥା ଓ ସମ୍ଭାବନା ଉପରେ ମଧ୍ୟ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ।
ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଗୋଟିଏ ରିଲ୍ସ ୧.୯ ବିଲିୟନ ଭ୍ୟୁ ଅତିକ୍ରମ କରିଛି, ଯାହାକି ବିଶ୍ୱରେ ସର୍ବାଧିକ ଦେଖାଯାଇଥିବା ରିଲ୍ସ ହୋଇଛି । ଏହି ରିଲରେ ଦୀପିକା ପାଦୁକୋନ୍ ଏକ ହୋଟେଲର ପ୍ରମୋସନ କରୁଥିବା ଦେଖାଯାଇଛି । ଏହି ପ୍ରମୋସନାଲ୍…