
ଛତ୍ରପୁର:ସମୁଦ୍ର ନିକଟରେ ଓଲଟିଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ । ଗଞ୍ଜାମ ପୋଡ଼ମପେଟା ସମୁଦ୍ର ନିକଟରେ ଓଲଟିଛି ଡ଼ଙ୍ଗା । ଅଳ୍ପକେ ବର୍ତ୍ତିଛନ୍ତି ମତ୍ସ୍ୟଜୀବୀ । ତେବେ ଏହାସହ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ବ୍ଲକ ନୋଳିଆ ନୁଆଁ ଗାଁ ର ଏଙ୍ଗ. କାଲେୟା ।
ଏବେ ବି ଉଦ୍ଧାର କାର୍ୟ୍ୟ ଜାରି । ଦୈନିକ ଭଳି ଆଜି ବି ନୋଳିଆ ନୁଆଁ ଗାଁର ଡ଼ଙ୍ଗା ଦ୍ୱାରା ୭ ଜଣ ମାଛ ଧରିବା ପାଇଁ ସମୁଦ୍ର ଯାଇଥିଲେ । ଉଚ୍ଚ ଜୁଆର ମାଡ଼ରେ ପୋଟମପେଟା ନିକଟରେ ଡ଼ଙ୍ଗା ଓଲଟି ପଡ଼ିଥିଲା । ୬ ଜଣ ବର୍ତ୍ତି ଯାଇ ସମୁଦ୍ର କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି ।