
କଟକ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ତିନି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ସ୍ଥିତ ଡିଜି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ ରାଜ୍ୟ କଂଗ୍ରେସର ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ରାଜ୍ୟ ସଭାପତି ଓ ବହୁ ଛାମୁଆ ନେତା ସାମିଲ ହୋଇଛନ୍ତି। ପୁଲିସର କାର୍ୟ୍ୟଦକ୍ଷତାକୁ ନିନ୍ଦା କରିଛନ୍ତି। ରାଜ୍ୟରେ ଏବେ ମହିଳା ବିରୋଧୀ ହିଂସା ବଢି ଚାଲିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି କଂଗ୍ରେସ ବିଶୋଦଗାର କରିଛି। କଂଗ୍ରେସର ୧୧ ଜଣ ମହିଳା ପ୍ରତିନିଧି ଦଳ ଡିଜିପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ କଂଗ୍ରେସ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ ସଭା କରିଛି। ଏନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।