କରୋନା ଲକ୍ଷଣ ଥିଲେ ରଥଯାତ୍ରା ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ରାଜ୍ୟରେ ଏପର୍ୟ୍ୟନ୍ତ ମୋଟ ୭୫୫ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୩୮ ସଂକ୍ରମିତ ହୋଇଥିଲେ। ଏବେ ସୁଦ୍ଧା ୯ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ୨୯ ସକ୍ରିୟ ରହିଛନ୍ତି। ଖୋର୍ଦ୍ଧା ଓ କଟକ ଜିଲା ସମେତ ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଆଗକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବହୁବିଧ ରୋଗରେ ଆକ୍ରାନ୍ତ ବା କରୋନା ଭଳି ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ରଥଯାତ୍ରା ନଯିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଆଇସିଏମ୍‌ଆର ପକ୍ଷରୁ ଜାରି ନିର୍ଦେଶନାମା ଆଧାରରେ କରୋନା ସ୍ଥିତି ପରିଚାଳନା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, କରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ନଜର ରଖିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ସରକାର ଖୁବ୍‌ଶୀଘ୍ର କରୋନା ନେଇ ମାର୍ଗଦର୍ଶିକା ଜାରି କରିପାରନ୍ତି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରଥଯାତ୍ରା ପାଇଁ ପୁରୀରେ ବୈଠକ ହୋଇଛି। ଏଥିରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି। ଏସବୁ ବ୍ୟବସ୍ଥାକୁ ସ୍ୱାସ୍ଥ୍ୟ ସଚିବ ତଦାରଖ କରୁଛନ୍ତି। ପୁରୀ ହସ୍ପିଟାଲର ଶଯ୍ୟା ବୃଦ୍ଧି ସହ ଡାକ୍ତର ସଂଖ୍ୟା
ବଢ଼ାଯାଇଛି। ସମସ୍ତ ଯନ୍ତ୍ରପାତି, ଆଇସିୟୁ ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।ସ୍ବାସ୍ଥ୍ୟ ନିର୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି କହିଛନ୍ତି ଯେଉଁମାନଙ୍କ କରୋନା ଲକ୍ଷଣ ରହିଛି ସେମାନେ ରଥଯାତ୍ରାକୁ ନଯାଇ ଘରେ ରହି ରଥଯାତ୍ରା ଦେଖିବା ଆବଶ୍ୟକ।

  • Garvita Odia

    Related Posts

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୭ ନୂଆ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ୩୩…

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    କଟକ: କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ । ମହିଳା ମହାବିଦ୍ୟାଳୟର ନୂଆ କୋଠା କାମ ଚାଲିଥିବାବେଳେ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ନିର୍ମାଣାଧୀନ କୋଠାର ଛଅ ମହଲାର ଛାତ କାମ ଚାଲୁଥିବା ବେଳେ ତଳକୁ ପଡ଼ି ଠିକା…

    Leave a Reply

    Your email address will not be published. Required fields are marked *

    You Missed

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

    ଯୁବକଙ୍କ ଝୁଲନ୍ତା  ମୃତଦେହ ଠାବ

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ