କର୍ମଚାରୀ ବିଳମ୍ବରେ ଆସିଲେ କଟିବ ଛୁଟି

ଭୁବନେଶ୍ୱର: ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର ଏକବର୍ଷ ପୂର୍ତ୍ତି ପାଳନ କରୁଛି । ଆଉ ଏପଟେ ରାଜ୍ୟ ସରକାର ନିଜର କର୍ମଚାରୀ ଓ ଅଫିସରମାନଙ୍କୁ ‘ସମୟାନୁବର୍ତ୍ତିତା’ର ପାଠ ପଢ଼ାଇବାକୁ ଯାଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସରକାରୀ ଅଫିସକୁ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଏଆଇ ଆଧାରିତ କ୍ୟାମେରା, ରେଡିଓ ଫ୍ରିକ୍ୱେିନ୍ସି ଆଇକାର୍ଡ ଓ ଲଗାତାର ୩ଥର ୩୦ମିନିଟ୍ ବିଳମ୍ବ ପାଇଁ ଗୋଟିଏଦିନର ସିଏଲ୍ କାଟିଦେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି । ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପିଅନଠୁ ସଚିବ ପର୍ୟ୍ୟନ୍ତ ସବୁବର୍ଗର ଅଫିସର ଓ କର୍ମଚାରୀଙ୍କ ନିମନ୍ତେ କାର୍ୟ୍ୟକାରୀ ହେବ ବୋଲି ଜଣାପଡ଼ିଛି ।କାର୍ୟ୍ୟାଳୟରେ କର୍ମଚାରୀ ଓ ଅଫିସରମାନଙ୍କ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ସମସ୍ତ ବିଭାଗକୁ ବାୟୋମେଟ୍ରିକ୍ ଉପସ୍ଥାନ ସିଷ୍ଟମ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସିଷ୍ଟମଗୁଡ଼ିକ ଏନଆଇସି ଦ୍ୱାରା ବିକଶିତ ବାୟୋମେଟ୍ରିକ୍ ଉପସ୍ଥାନ ସିଷ୍ଟମ୍ ପୋର୍ଟାଲ ସହ ସଂଯୁକ୍ତ ହେବ ।ପ୍ରତ୍ୟେକ ବିଭାଗରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ପ୍ରତି ପାକ୍ଷିକ ଭାବେ ଏହି ତଥ୍ୟ ବିଶ୍ଳେଷଣ କରିବେ । ପ୍ରତ୍ୟେକ କର୍ମଚାରୀଙ୍କୁ ଅଫିସରେ ‘ପ୍ରବେଶ’ ଓ ‘ପ୍ରସ୍ଥାନ’ ସମୟ ରେକଡ ର୍କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ପ୍ରସ୍ଥାନ’ ସମୟ ରେକର୍ଡ ନକଲେ ତାହାକୁ ଅନୁପସ୍ଥିତି ଭାବେ ବିବେଚନା କରାଯିବ । ନୂଆ ନିୟମ ଅନୁଯାୟୀ, ଯେକୌଣସି ଦିନ ପାଇଁ ସର୍ବାଧିକ ୩୦ ମିନିଟର ବିଳମ୍ବକୁ କ୍ଷମା କରାଯାଇପାରିବ, ଯାହା ଗୋଟିଏ ମାସରେ ସର୍ବାଧିକ ତିନି ଦିନ ପାଇଁ ପ୍ରଯୁଜ୍ୟ । ଯଦି କୌଣସି କର୍ମଚାରୀ ୩ଦିନରୁ ଅଧିକ ୩୦ମିନିଟ୍ ଲେଖାଏଁ କାର୍ୟ୍ୟାଳୟକୁ ଆସିବାରେ ବିଳମ୍ବ କରନ୍ତି ଓ ଏଥିପାଇଁ ତାଙ୍କ ଉପଯୁକ୍ତ କର୍ତ୍ତୃପକ୍ଷ ଅନୁମତି ଦେଇନଥିବେ ତା’ହେଲେ ତାଙ୍କର ସିଏଲ୍‌(କାଜୁଆଲ ଲିଭ୍‌)ରୁ ଗୋଟିଏ ଦିନ କାଟି ଦିଆଯିବ । ପ୍ରତି ୩ଦିନର ବିଳମ୍ବ ପାଇଁ ନିୟମିତ ଭାବେ ଗୋଟିଏ ଲେଖାଏଁ ସିଏଲ୍ କଟିବ ।ଯେଉଁ କର୍ମଚାରୀମାନେ ଦୀର୍ଘ ସମୟ କିମ୍ବା ସରକାରୀ ଛୁଟି ଦିନରେ ଅଫିସ୍ ପାଇଁ କାମ କରୁଛନ୍ତି, ସେମାନେ ନିଜର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆଧାରରେ ଏହି ନିୟମରୁ କୋହଳ ବା ଛାଡ଼ ପାଇପାରିବେ । ସେହିପରି ସରକାରୀ ଗସ୍ତରେ ଥିବା କିମ୍ବା ଅଫିସ୍ କାମ ପାଇଁ ବାହାରେ ଥିବା ଅଫିସର ଓ କର୍ମଚାରୀମାନେ ଯଥାର୍ଥ କାରଣ ଦର୍ଶାଇ ଏହି ନିୟମରୁ କୋହଳ ପାଇପାରିବେ ।

ରାଜ୍ୟପାଳଙ୍କ ସଚିବାଳୟ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ୟ୍ୟାଳୟରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରତ୍ୟେକ କାର୍ୟ୍ୟଦିବସରେ ଅତି କମରେ ସାଢ଼େ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟ ସରକାର ଭବିଷ୍ୟତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ କ୍ୟାମେରା (ଏଆଇ କ୍ୟାମେରା) ଓ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫଆଇଡି) ପରିଚୟ ପତ୍ର ଜରିଆରେ ଉପସ୍ଥାନ ରେକର୍ଡ କରିବାକୁ ଯୋଜନା କରୁଛନ୍ତି । ଏହି ଉନ୍ନତ ସିଷ୍ଟମର ପରୀକ୍ଷଣ ପ୍ରଥମେ ଲୋକସେବା ଭବନ ଓ ଖାରବେଳ ଭବନରେ ଆରମ୍ଭ ହେବ ଏବଂ ପରେ ଏହା ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟକୁ ସମ୍ପ୍ରସାରଣ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଗୁରୁବାର ସମସ୍ତ ବିଭାଗର ସଚିବ, ଆରଡିସି, ଜିଲ୍ଲାପାଳ, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଓ ବିଭିନ୍ନ ସରକାରୀ ନିଯୁକ୍ତି ଆୟୋଗଙ୍କ ନିକଟକୁ ଏହି ନିର୍ଦ୍ଦେଶାନାମା ପଠାଇଛନ୍ତି ।

  • Garvita Odia

    Related Posts

    ୫୦ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ ମୋଦୀ

    ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଆସନ୍ତା ୨୦ତାରିଖ ଅପରାହ୍‌ଣ ୨ଟା ୩୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହିଠାରୁ ଜନତା ମଇଦାନ ପର୍ୟ୍ୟନ୍ତ…

    ଏଣିକି ସରକାରୀ ସାର୍ଟିଫିକେଟ ପାଇଁ ଆଧାର ବାଧ୍ୟତାମୂଳକ

    ଭୁବନେଶ୍ୱର: ଏଣିକି ବିଭିନ୍ନ ପ୍ରକାରର ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ । ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମିଜମା ରେକର୍ଡ ଓ ରେଜିଷ୍ଟ୍ରେସନ ନିମନ୍ତେ ଆଧାର ନମ୍ବର ଦେବା ଅବା ଆଧାର ସତ୍ୟପାଠ କରିବା ବାଧ୍ୟତାମୂଳକ ହେବ । ଏହାଛଡା…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !