କୋରାପୁଟରେ ୬୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି। ୬ ଲେନ୍‌ ବିଶିଷ୍ଟ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ୍‌ କରିଡର୍‌ ଶୀଘ୍ର ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। କୋରାପୁଟ ବଡ଼ଡାକ୍ତରଖାନାରେ ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିଲେ, ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟବାସୀଙ୍କୁ ଆଉ ଦୂରକୁ ଯିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ଏଥିପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି।ଯାହାଫଳରେ କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାଜିଲ୍ଲା ସହ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକ ଉପକୃତ ହେବେ। ନୂଆ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବ। ଆମ ସରକାର ଆସିବା ପରେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ରହିଛି। ଖୁବ୍‍ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ। ସେହିପରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ରୋଗୀଙ୍କ ପାଇଁ ବହୁବିଧ ଚିକିତ୍ସା ସୁବିଧା କରାଯାଉଛି। ସିଟି ସ୍କାନ୍, ଡାଏଲିସିସ୍, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି। ଗୁରୁତର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଅକ୍ସିଜେନ୍ ପ୍ଲାଣ୍ଟ ବସାଯାଉଛି। ଏହି ହସ୍‍ପିଟାଲ ସଂଲଗ୍ନ ୨ ଏକର ଜମିରେ କ୍ୟାନ୍‌ସର ଚିକିତ୍ସା ହସ୍‍ପିଟାଲ ମଧ୍ୟ ନିର୍ମାଣ ଚାଲିଛି। ଏଥିପାଇଁ ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି।

  • Related Posts

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ୭୯ ତମ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ଅବସରରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଜି ପରେଡ୍‌ ରିହର୍ସଲ ଆୟୋଜିତ ହୋଇଛି । ଚଳିତ ବର୍ଷ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍‌ ସମାରୋହରେ ତାଙ୍କ କମାଲ ଦେଖାଇବେ ।…

    Continue reading
    ଅପାରଗ ବାବୁଙ୍କୁ ହଟାଇବାକୁ ହେବ ସ୍ବତନ୍ତ୍ର ଅଭିଯାନ

    ଭୁବନେଶ୍ବର: ଅଗଷ୍ଟ ୭ ଭିତରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ବିଭାଗର ଅପାରଗ ବାବୁଙ୍କ ତାଲିକା ଦେବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ବିଭାଗ ତାଲିକା ଦେଲେନି। ଯେତିକି ବିଭାଗ ତାଲିକା ଦେଲେ ସେଥିରେ ଅପାରଗ ବାବୁ ନାହାନ୍ତି ବୋଲି ଲେଖିଛନ୍ତି। ବାସ୍ତବରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା