ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

ପୁରୀ: ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ବୈଠକ ହୋଇଥିଲା।
ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଓ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ଶୃଙ୍ଖଳା ଶୀଘ୍ର ଆସିବ । ଅବଢ଼ା ଓ ଶୁଖିଲି ମହାପ୍ରସାଦର ରେଟ୍‌ ଚାଟ୍‌ ଲାଗିବ । ଶୁଖିଲି ଓ ଅନ୍ନ ମହାପ୍ରସାଦ ଭିନ୍ନ ସ୍ଥାନରେ ବିକ୍ରି ହେବ । ଦୀପ ଓ ମହାପ୍ରସାଦରେ ଓମ୍‌ଫେଡ୍‌ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ୟତିକ୍ରମ କଲେ କାର୍ୟ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବାକୁ ବୈଠକରେ ଚେତାବନୀ ଦିଆଯାଇଛି ।

ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ସୁଆର କହିଛନ୍ତି, ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଆନନ୍ଦ ବଜାର ଶୃଙ୍ଖଳା ୮୦ ଭାଗ ଆସିଥିଲା । ବିଶୃଙ୍ଖଳା ସ୍ଥିତି ଦେଖି ଜରୁରୀ ବୈଠକ ପୁଣି ବସିଥିଲା । ନୀତିକାନ୍ତି ଶୃଙ୍ଖଳା କରିବାକୁ ପ୍ରଥମେ ଆଲୋଚନା ହୋଇଥିଲା । ଶୀଘ୍ର ମହାପ୍ରସାଦ ବାହାରିଲେ ଶ୍ରଦ୍ଧାଳୁମାନେ ଆନନ୍ଦରେ ଖାଇ ଚାଲି ଯିବେ। ଶ୍ରୀମନ୍ଦିରରେ ଭିଡ଼ ବେଶୀ ସମୟ ରହିବନି । ସେହିପରି ଶୁଖିଲି ଓ ଅବଢ଼ା ସ୍ୱତନ୍ତ୍ର ସ୍ଥାନରେ ବିକ୍ରି ବ୍ୟବସ୍ଥା ହୋଇଛି । ଆନନ୍ଦ ବଜାର ଖୋଲା ସ୍ଥାନରେ ବସିଥିବା ଖଜା ଦୋକାନୀଙ୍କୁ ସ୍ୱତନ୍ତ୍ର ଦୋକାନ ଭିତରକୁ ସ୍ଥାନାନ୍ତର କରାଯିବ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧିବାକୁ ଆବଶ୍ୟକ ୩୫ କ୍ୱିଣ୍ଟାଲ କାଠ ଯୋଗାଇ ଦେବାକୁ ଦାବି କରାଯାଇଥିଲା ।

ସେହିପରି ବୈଠକରେ ଜୈବିକ ଚାଉଳ ନେଇ ଆଲୋଚନା ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ବେଳେ ୨୧ କ୍ୱିଣ୍ଟାଲ ଜୈବିକ ଚାଉଳ ପରୀକ୍ଷାମୂଳକ ଭାବେ ଆଡ଼ପ ଘରେ ରନ୍ଧା ଯାଇଥିଲା । ୨ ଦିନ ତଳେ ମଧ୍ୟ ଏହି ଚାଉଳ ରାନ୍ଧି ପରୀକ୍ଷା କରାଯାଇଥିଲା । ନୂଆ ଚାଉଳରେ ମହାପ୍ରସାଦ ରାନ୍ଧିଲେ ଏହା ନରମା ହୋଇଯାଉଛି । ତେଣୁ ପୁରୁଣା ଜୈବିକ ଚାଉଳ ଦେଲେ କୋଠା ଭୋଗ ସହ ବରାଦି ଭୋଗ ହେବ । ସେହିପରି ମହାପ୍ରସାଦ ବିକ୍ରିରେ ସହାୟତା କରୁଥିବା ସହାୟକଙ୍କ ନିମନ୍ତେ ଡ୍ରେସ୍‌ କୋର୍ଡ ଓ ପରିଚୟପତ୍ର ହେବ । ବିଶୃଙ୍ଖଳା କଲେ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ବୈଠକରେ ଆଲୋଚନା ହୋଇଛି ।

  • Related Posts

    ପୂର୍ବତନ ଉପବାଚସ୍ପତି ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

    ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଖଣ୍ଡପଡ଼ାର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଅସୁସ୍ଥତା ଯୋଗୁ ୭୦ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ ହୃଦରୋଗରେ ପୀଡିତ ଥିଲେ ଏବଂ ଭୁବନେଶ୍ୱରର ଏକ…

    ଯୁବତୀ ଜୀଅନ୍ତା ଜଳିଯିବା ଘଟଣା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇଙ୍କୁ ବଦଳି

    କେନ୍ଦ୍ରାପଡା : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରାଯାଇଛି। କେନ୍ଦ୍ରାପଡା ଏସ୍‌ପି ଏଏସଆଇଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଘଟଣାର…

    Leave a Reply

    Your email address will not be published. Required fields are marked *

    You Missed

    ବିହାରରେ ୬୫ ଲକ୍ଷ ଭୋଟର ବାଦ୍‌ ପ୍ରସଙ୍ଗରେ ନିର୍ବାଚନ କମିସନ୍‌ଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

    ପୂର୍ବତନ ଉପବାଚସ୍ପତି ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

    ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’

    ଏସିଆ କପ୍‌ : ଚଳିତମାସ ୩ୟ ସପ୍ତାହରେ ଭାରତୀୟ ଦଳ ଘୋଷଣା

    ଯୁବତୀ ଜୀଅନ୍ତା ଜଳିଯିବା ଘଟଣା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇଙ୍କୁ ବଦଳି

    ଭାରତ ଉପରେ ଆମେରିକାର ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି