ଭୟଙ୍କର ଦୁର୍ଘଟଣା। ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ପିକ୍ଅପ୍। ଗାଡ଼ି ଚାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ଡ୍ରାଇଭର ଓ ଡ୍ରାଇଭରଙ୍କ ସହଯୋଗୀଙ୍କ ମୃତ୍ୟୁ ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ସେପଟେ ଆଜି ଭୋରୁ ଭୋରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୋଡ଼ଛାପର ଛକ ନିକଟରେ ଘଟିଥିଲା। କଳାହାଣ୍ଡି ଜିଲ୍ଲା ଉତ୍କେଲା ଅଂଚଳରୁ ଆସିଥିବା ଏକ ମେଲୋଡି ଗାଡି ପଦ୍ମପୁର ଅଂଚଳରେ ପୋଗ୍ରାମ ସାରି ଘରକୁ ଫେରୁଥିବା ବେଳେ ପାଟଣାଗଡ଼ -ବେଲପଡା ରାସ୍ତା ପୋଡ଼ଛାପର ଗାଁ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ା ଉପରକୁ ଚଢିଯାଇଛି। ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନାହାନ୍ତି।
ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ
ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…