‘ଗୋଟିଏ ଲୋକ, ଗୋଟିଏ ଭୋଟ’ ପାଇଁ ଡିଜିଟାଲ ଭୋଟର ତାଲିକା ଜାରି କର : ରାହୁଲ

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ବିରୋଧରେ ତାଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି। ଭୋଟ ଚୋରିକୁ ନେଇ ନିର୍ବାଚନ ଆୟୋଗ (ଇସି)ଙ୍କ ବିରୋଧରେ ନିଜର ଲଢେଇ ପାଇଁ ଜନ ସମର୍ଥନ ହାସଲ କରିବା ଲାଗି ରାହୁଲ ଏକ ୱେବସାଇଟ୍ ଜାରି କରିଛନ୍ତି। ୱେବସାଇଟ୍‌ http://votechori.in/ecdemandକୁ ଯାଇ ଜଣେ ରାହୁଲଙ୍କ ପ୍ରତି ସମର୍ଥନ ଜଣାଇପାରିବେ କିମ୍ବା ମୋବାଇଲ୍ ନମ୍ବର ୯୬୫୦୦୦୩୪୨୦କୁ ମିସ୍‌ କଲ ଦେଇ ଜଣେ ରାହୁଲଙ୍କ ଲଢେଇରେ ସାମିଲ ହୋଇପାରିବେ। ସୋସିଆଲ ମିଡିଆ ‘ଏକ୍ସ’ ପୋଷ୍ଟରେ ରାହୁଲ ଲେଖିଛନ୍ତି ଯେ ଇସିଙ୍କ ବିରୋଧରେ ସେ ଯେଉଁ ଲଢେଇ ଆରମ୍ଭ କରିଛନ୍ତି ତାହା ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। ନିର୍ବାଚନ ଆୟୋଗ ଯେଉଁ ଭୋଟ ଚୋରି କରିଛନ୍ତି ତାହା ବିଜେପିକୁ ଫାଇଦା ହୋଇଛି। ଆମର ଗୋଟିଏ ମୌଳିକ କଥା ହେଉଛି ‘ଗୋଟିଏ ଲୋକ, ଗୋଟିଏ ଭୋଟ’। ଏକ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସ୍ବଚ୍ଛ ଭୋଟର ତାଲିକା ଜରୁରୀ। ସ୍ବଚ୍ଛ ଭୋଟର ତାଲିକା ପାଇଁ ଡିଜିଟାଲ ଭୋଟର ତାଲିକା ଜାରି କରାଯିବା ଦରକାର। ଏହାଦ୍ବାରା ଭୋଟର ତାଲିକାକୁ ଲୋକେ ଓ ରାଜନୈତିକ ଦଳ ଯାଞ୍ଚ କରିପାରିବେ। ଇସିଙ୍କ ନିକଟରେ ରାହୁଲଙ୍କ ଡିଜିଟାଲ ଭୋଟର ତାଲିକା ଜାରି କରିବାକୁ ଦାବି କରିଛନ୍ତି।
ଗତ ଲୋକସଭା ନିର୍ବାଚନରେ ନିର୍ବାଚନ ଆୟୋଗ ବିଜେପିକୁ ସହଯୋଗ କରିବା ଲାଗି ଭୋଟ ଚୋରି କରିଥିଲେ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। କଂଗ୍ରେସର ଆଭ୍ୟନ୍ତରୀଣ ସମୀକ୍ଷାକୁ ଆଧାର କରି ରାହୁଲ ଅଭିଯୋଗ କରିଥିଲେ ଯେ ଇସିଙ୍କ ଭୋଟ ଚୋରି ଯୋଗୁଁ କର୍ଣ୍ଣାଟକରେ ବିଜେପି ୧୬ଟି ଆସନରେ ବିଜୟୀ ହୋଇଥିଲା। ଏଥିପାଇଁ କଂଗ୍ରେସ ୭ଟି ଆସନରେ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲା। ରାହୁଲଙ୍କ ଏପରି ଅଭିଯୋଗକୁ ଇସି ଖଣ୍ଡନ କରିବା ସହିତ ଅଭିଯୋଗ ଉପରେ ଏକ ଘୋଷଣାନାମା ଦେବାକୁ କହିଛନ୍ତି। ରେଜିଷ୍ଟ୍ରେସନ ଅଫ୍ ଇଲେକ୍ଟରର୍ସ ରୁଲ୍ସ, ୧୯୬୦ ଅନୁଯାୟୀ ନକଲି ଭୋଟର ସମ୍ପର୍କରେ ନିଜର ଅଭିଯୋଗ ଉପରେ ରାହୁଲ ଘୋଷଣାନାମା ଦେବେ। ଅନ୍ୟଥା ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ। ରାହୁଲଙ୍କ ଏହି ଭୋଟ ଚୋରି ଅଭିଯୋଗକୁ ବଳିଷ୍ଠ କରିଛନ୍ତି ଏନସିପି (ଏସ୍‌ସିପି) ମୁଖ୍ୟ ଶରଦ ପୱାର। ପୱାର କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଦୁଇ ଜଣ ଲୋକ ଭେଟି ୧୬୦ଟି ଆସନରେ ନିଶ୍ଚିତ ବିଜୟୀ କରାଇବାର ଅଫର ଦେଇଥିଲେ। ତେବେ ଏପରି ଅଫରକୁ ପୱାର ଅଗ୍ରାହ୍ୟ କରିଥିଲେ। ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ କର୍ଣ୍ଣାଟକ ମନ୍ତ୍ରୀ ଜି ପରମେଶ୍ବର ସମର୍ଥନ କରିଛନ୍ତି। ପରମେଶ୍ବର କହିଛନ୍ତି ଯେ ରାହୁଲଙ୍କ ଅଭିଯୋଗକୁ ନେଇ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ବିଧିବଦ୍ଧ ମାମଲା ରୁଜୁ କରିବ। ବିଜେପି ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ରାହୁଲ ବିନା ପ୍ରମାଣରେ ଦେଶର ନିର୍ବାଚନ ଆୟୋଗଙ୍କୁ ବଦ୍‌ନାମ କରୁଛନ୍ତି।

  • Related Posts

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି…

    Continue reading
    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ