ମୟୂରଭଞ୍ଜ,01।09: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ପୋଲିସ ତଦନ୍ତରେ ତାହା ଏକ ନାଟକ ଥିଲା ବୋଲି ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ । ସୂଚନା ଅନୁସାରେ ଯୁବତୀଙ୍କ ସମ୍ପର୍କୀୟ ଜେଲରୁ ରଚିଥିଲେ କାହାଣୀର ବ୍ଲୁପ୍ରିଣ୍ଟ । ଏହା ପଛର କାରଣ ଥିଲା, ଗଣଦୁଷ୍କର୍ମ ମାମଲାରେ ଅଟକ ହୋଇଥିବା ଯୁବକଙ୍କୁ ଜେଲ୍ ପଠାଇବା। ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ।ସେପଟେ ଘଟଣା ବାବଦରେ ମୁହଁ ଫିଟାଇ ନାହାନ୍ତି ଯୁବତୀ । ସୂଚନାଥାଉକି, ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ୫ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଶନିବାର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଯୁବତୀ ଜଣକ ବାଙ୍ଗିରିପୋଷି ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ପୋଲିସର ସୂଚନା ଅନୁସାରେ, ଯୁବତୀଙ୍କର ଜଣେ ସମ୍ପର୍କୀୟ ଗିରଫ ହୋଇ ଜେଲ୍ରେ ଅଛନ୍ତି। ତାଙ୍କ ଗିରଫ ହେବା ପଛରେ ରହିଛନ୍ତି ବର୍ତ୍ତମାନ ଦୁଷ୍କର୍ମ ମାମଲାରେ ଅଟକ ଥିବା ଯୁବକ ଜଣକ। ଉକ୍ତ ଯୁବକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀଙ୍କୁ ସମ୍ପର୍କୀୟ ଏଭଳି ଷଡ଼ଯନ୍ତ୍ର ରଚିଥିଲେ।
ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ
ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଉଳଘୋରୀ ଗାଁରେ ଘଟିଛି ଏହି ଅଘଟଣ। ମୃତ ମହିଳା ଜଣକ ହେଲେ ମୀନା ସିଂ(୨୭)।ପାରିବାରିକ କଳହକୁ ନେଇ ମଙ୍ଗଳବାର ବିଳମ୍ୱିତ ରାତିରେ ବୀର…