ଚେନାବ୍ ରେଳସେତୁ ଲୋକାର୍ପିତ

ଜମ୍ମୁ କାଶ୍ମୀରରେ ଉଦ୍‌ଘାଟିତ ହୋଇଛି ଚେନାବ୍ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରଙ୍ଗା ପତାକା ଉଡ଼ାଇ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅତ୍ୟାଧୁନିକ ସେତୁ ପାଇଁ ଖର୍ଚ୍ଚ ହୋଇଛି ୧୫ ଶହ କୋଟି ଟଙ୍କା । ଚେନାବ୍ ହେଉଛି ବିଶ୍ବର ସର୍ବୋଚ୍ଚ ସେତୁ । ଏହାର ଉଚ୍ଚତା ୩୫୯ ମିଟର ଏବଂ ଦୈର୍ଘ୍ୟ ୧୩ ଶହ ୧୫ ମିଟର। ଏହି ସେତୁ ଦ୍ବାରା ଜାମ୍ମୁ ଓ ଶ୍ରୀନଗର ମଧ୍ୟରେ ଯୋଗାଯୋଗ ଦୃଢ଼ ହେବ । ଆଗରୁ ଜମ୍ମୁ ପର୍ଯ୍ୟନ୍ତ ଥିଲା ରେଳ ସୁବିଧା । ରାଜଧାନୀ ଶ୍ରୀନଗର ଯାଏଁ ଚଳାଚଳ ନଥିଲା । କିନ୍ତୁ ଚେନାବ୍ ସେତୁ ଲୋକାର୍ପିତ ପରେ ଏବେ ରେଳ ଚଳାଚଳ ସୁଗମ ହୋଇପାରିବ ।

ଏହି ବ୍ରିଜ୍ ଜମ୍ମୁ କାଶ୍ମୀରର କଟ୍ରା ଓ ରଆସି ଜିଲ୍ଲାକୁ ସଂଯୋଗ କରିବ । ଏଥିସହ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିଛି । ଫଳରେ ମାତ୍ର ୩ ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିଛି । ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ରେଳ ପ୍ରକଳ୍ପର ଭେଟି ଦେଇଛନ୍ତି ମୋଦୀ ।

  • Garvita Odia

    Related Posts

    ୭ ମାଓବାଦୀ ନିହତ

    ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ…

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋନିଆ ହିମାଚଳପ୍ରଦେଶର ସିମଲା ଅନ୍ତର୍ଗତ ଚାରବ୍ରାରେ ଥିଲେ। ସେଠାରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ୭ ମାଓବାଦୀ ନିହତ

    ୭ ମାଓବାଦୀ ନିହତ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର