ଛାତ୍ରକୁ ଛୁରୀ ଭୁସି ଦେଲେ ଅଣଛାତ୍ର

ଜୟପୁର : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଛାତ୍ର ଜଣଙ୍କୁ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଜଣଙ୍କ ହେଲେ ରାମଚନ୍ଦ୍ର ମାଢୀ । ସେ ଜୟପୁର ବିକ୍ରମଦେବ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର।

ରାମଚନ୍ଦ୍ର ମାଢୀ ଓ ତାଙ୍କର ଜଣେ ସାଙ୍ଗ ସରସ୍ବତୀ ମୂର୍ତ୍ତୀ ବିସର୍ଜନ ସାରି କଲେଜକୁ ଫେରୁଥିଲେ। ଏହି ସମୟରେ ଜଣେ ଅଣ ଛାତ୍ର ରାମଚନ୍ଦ୍ରଙ୍କ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରୁଥିଲା । ଏହାକୁ ରାମଚନ୍ଦ୍ର ଓ ତାଙ୍କ ସାଙ୍ଗ ବିରୋଧ କରିଥିଲେ । ଏହାକୁ ନେଇ ଏମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସଂପୃକ୍ତ ଅଣଛାତ୍ର ଜଣଙ୍କ ସ୍ଥାନୀୟ କିଛି ପିଲାଙ୍କୁ ଡାକି ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ପେଟରେ ଛୁରୀ ଭୁସି ଦେଇଥିଲେ । ଏଥିରେ ରାମଚନ୍ଦ୍ର ଗୁରୁତର ହୋଇଥିଲେ। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

  • Garvita Odia

    Related Posts

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଉପନିବନ୍ଧକ କାର୍ୟ୍ୟାଳୟର କାର୍ୟ୍ୟରତ କର୍ମଚାରୀ ବୁଧବାର ଦିନ ଅପରାହ୍‌ଣରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ବାଗଲପୁର ଗ୍ରାମର ବୁଢ଼ୀ ମା’ ମଙ୍ଗଳା ଟ୍ରଷ୍ଟ ରେଜିଷ୍ଟେସନ କରାଇ ଦେବାକୁ ଲାଞ୍ଚୁଆ ବାବୁ ୪ ହଜାର ଟଙ୍କା ଦାବି କରିଥିଲେ।…

    ବନ୍ଦ କୋଠରୀ ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ ନଳିତାପାଟିଆ ଗାଁରେ ଏକ ବନ୍ଦ କୋଠରୀ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବୁଧବାର ସକାଳୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ତାଳଚୁଆ ସାମୁଦ୍ରିକ ଥାନା…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ଟ୍ବିନ୍ ସିଟିରେ ପିକେଟିଂ

    ଟ୍ବିନ୍ ସିଟିରେ  ପିକେଟିଂ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ

    ରାନ୍ୟା ରାଓଙ୍କୁ  ଏକ ବର୍ଷ ଜେଲ୍ ଦଣ୍ଡ

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା