
କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି।
ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ ପଢ଼ୁଥିବା ଜଣେ ଯୁବକ ଓ ଦଶମ ଶ୍ରେଣୀ ପଢ଼ୁଥିବା ଜଣେ ନାବାଳିକା ପରସ୍ପରକୁ ଭଲ ପାଉଥିଲେ। କୌଣସି କାରଣରୁ ରବିବାର ଭୋର ସମୟରେ ଜଲାପୁଟ ଡ୍ୟାମ ସଂଲଗ୍ନ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ନନ୍ଦପୁର ଅଗ୍ନିଶ୍ରମ ବାହିନୀ ପହଂଚି ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛି। ପଡୁଆ ପୋଲିସ ଘଟଣାର ତଦନ୍ତ କରୁଛି।