ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲୋରାନ୍ସ ନୀତି : ପୁଲିସ କମିଶନର

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ୍‌ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲୋରାନ୍ସ ନୀତି ଆପଣାଇଛି । ପୁଲିସ କମିଶନର ଦେବଦତ୍ତ ସିଂ ଆଗୁଆ ଅମାନିଆମାନଙ୍କୁ ଚେତାଇଛନ୍ତି ।
ଦେବଦତ୍ତ ସିଂ କହିଛନ୍ତି, ମଦୁଆ ଓ ରୋଡ୍‌ ରୋମିଓଙ୍କ ଉପରେ କଡ଼ା ନଜର ରଖାଯିବ । ସେଲିବ୍ରେସନ ବେଳେ ଯେମିତି ସାଧାରଣ ଲୋକଟିଏ କୌଣସି ଅସୁବିଧାର ସାମ୍ନା ନ କରିବ, ସେଥିପ୍ରତି ଟିକିନିଖି ନଜର ରଖିବ ପୁଲିସ । ଲୋକଙ୍କୁ କୌଣସି ଅସୁବିଧାରେ ପକାଇଲେ ଉତ୍ପାତକାରୀକୁ ତୁରନ୍ତ ବାନ୍ଧିବ ପୁଲିସ । ସୁରକ୍ଷିତ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ସହରରେ ବ୍ଲକିଂ ଚେକିଂ ବଢ଼ିଛି । ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ସହରକୁ ଜଗିବ ସିସିଟିଭି । କୌଣସି ଖୋଲା ପଡି଼ଆ କିମ୍ବା ବାହାରେ ଜିରୋ ନାଇଟ୍‌ ପାଳନ କରିବା ପାଇଁ ପୁଲିସଠୁ ଅନୁମତି ନେବାକୁ ପଡ଼ିବ । ହୋଟେଲ କିମ୍ବା କ୍ଲବ, ପବ୍‌ରେ ରାତି ୧୨ଟା ଯାଏଁ ସେଲିବ୍ରେସନ କରିପାରିବେ । ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ୟ୍ୟନ୍ତ ଚେକିଂ ବ୍ଲକିଂ ଚାଲିବ । ସମସ୍ତ ପିକ୍‌ନିକ୍‌ ଓ ପର୍ୟ୍ୟଟନ ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯିବ । ସାଦା ପୋଷାକରେ ପୁଲିସ ଜଗିବେ ।

  • Related Posts

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ । ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍ । ଆଗାମୀ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବ୍ରାହ୍ମଣୀ ତଳେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ…

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ। ଗାଁରେ ଥିବା ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ରବିବାର ଜଣେ ୭ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରିଛି…

    Leave a Reply

    Your email address will not be published. Required fields are marked *

    You Missed

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଲଘୁଚାପ:  ୧୨ରୁ ପ୍ରବଳ ବର୍ଷିବ