ଜେଲରୁ ବାହାରିଲେ ଧିମାନ ଚକମା

ଭବାନୀପାଟଣା:୪୦ରୁ ଅଧିକ ଦିନ ଜେଲରେ ରହିବା ପରେ ଜେଲରୁ ବାହାରିଲେ ଧିମାନ ଚକମା । ଉଚ୍ଚତମ ନ୍ୟାୟାଳୟ ଗୁରୁବାର ତାଙ୍କର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଧିମାନ ଚକମାଙ୍କ ଓକିଲ ଦିଲୀପ କୁନାର ସା ଦେଇଥିବା ସୂଚନା ଅନୁଯାୟୀ, ହାଇକୋର୍ଟ ୫ଟି ଗୁରୁତ୍ଵପୂର୍ଣ୍ଣ ସର୍ତ୍ତ ରଖିଛନ୍ତି । ଧିମାନ ଚକମା ଦେଶ ବାହାରକୁ କୋର୍ଟ କିମ୍ବା ଭିଜିଲାନ୍ସ ବିଭାଗର ବିନା ଅନୁମତିରେ ଯାଇ ପାରିବେ ନାହିଁ । ତାଙ୍କର ପାସପୋର୍ଟ କୋର୍ଟକୁ ପ୍ରଦାନ କରିବା ସହିତ କୋର୍ଟଙ୍କ ଅଜାଣତରେ ନିଜର ଠିକଣା ବଦଳାଇ ପାରିବେ ନାହିଁ । ଏହାସହିତ କୋର୍ଟ ଟ୍ରାଏଲ ସମୟରେ ଉପସ୍ଥିତ ରହିବେ । ଏହିସବୁ ସର୍ତ୍ତ ରଖି ତାଙ୍କର ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।
କଳାହାଣ୍ଡି ଜିଲ୍ଳା ଧର୍ମଗଡ ଉପ ଜିଲ୍ଲାପାଳ ଥିିଲେ ଧିମାନ ଚକମା । ଏହି ସମୟରେ ଅର୍ଥାତ ଗତ ଜୁନ ୮ ତାରିଖ ଦିନ ଜୟପାଟଣାର ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନଦେଲେ ତାଙ୍କ ବ୍ୟବସାୟ ଉପରେ ରେଡ କରାଯିବ ଓ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡକାଇ ୧୦ ଲକ୍ଷ ଲାଞ୍ଚ ନେବା ବେଳେ ପୂର୍ବରୁ ଖବର ପାଇ ଘରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ସେଠାରୁ ନଗଦ ୧୦ ଲକ୍ଷ ଟଙ୍କାର ୨୬ଟି ୧୦୦ଟଙ୍କିଆ ବଣ୍ଡଲ ସହ ଧରାପଡିଥିଲେ ଲାଞ୍ଚୁଆ ଯୁବ ଅଫିସର ଧିମାନ ଚକମା ।

  • Related Posts

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ତେବେ ଶହେ କି ଦୁଇ ଶହ ନୁହେଁ ରାଜ୍ୟରେ ଅବସର…

    ରାଜ୍ୟ କ୍ୟାବିନେଟ: ୪ ବିଭାଗର ୫ ପ୍ରସ୍ତାବକୁ ମୋହର

    ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ୨୩ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବରେ ମୋହର ବାଜିଛି। ଜଳସମ୍ପଦ ବିଭାଗର ୧, ଗଝଗଋ ବିଭାଗର ୧, ଆଇନ ବିଭାଗର…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’