
ଭୁବନେଶ୍ୱର: ଜୟ ଜଗନ୍ନାଥ, ଜୟ ବାବା ଲିଙ୍ଗ ରାଜଙ୍କ ନାମ ନେଇ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଓଡିଶା ବାସୀଙ୍କୁ ନମସ୍କାର, ଜୁହାର କହିଲେ । ୨୦ ଜୁନ, ଆଜିର ଦିନ ବହୁତ ବିଶେଷ । ଆଜି ଓଡିଶାର ପ୍ରଥମ ବିଜେପି ସରାକର ସଫଳତାର ସହିତ ଏକ ବର୍ଷ ପୁରା କରିଛି । ଏହା କେବଳ ସରକାର ଏକ ବର୍ଷ ନୁହେଁ ସୁଶାସନର ବର୍ଷ । ଜନସେବା ଜନବିଶ୍ୱାସକୁ ସମର୍ପିତ । ଏହା ଓଡିଶାର କୋଟି କୋଟି ମତଦାତାଙ୍କ ବିଶ୍ୱାସର ଭାଜନ ହେବାର ସାନଦାର ବର୍ଷ,” ବୋଲି ଜନତା ମଇଦାନରୁ ସମ୍ବୋଧନ ଦେବା ସମୟରେ କହିଛନ୍ତି ମୋଦି ।
“ମୁଁ ଓଡିଶାବାସୀଙ୍କୁ ଦୃଦୟରୁ ଅଭିନନ୍ଦନ କରୁଛି । ଓଡିଶା ବିକାଶକୁ ନୂଆ ଗତି ମିଳିଛି । ସାଥୀ ଗଣ ଓଡିଶା କେବଳ ଏକ ରାଜ୍ୟ ନୁହେଁ ଏହି ଓଡିଶା ଭାରତର ଗେଟ ଓ୍ବେ । ଓଡିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତାକୁ ସଂସ୍କୃତିକୁ ସମୃଦ୍ଧ କରିଛି । ଗତ ଏକ ବର୍ଷ ଧରି ଓଡିଶାରେ ବିକାଶମନ୍ତ୍ରକୁ ପାଳନ କରିଛି ମୋହନ ସରକାର । ଏହି ମନ୍ତ୍ରରେ ଆଗକୁ ବଢୁଛି । ସାଥୀଗଣ ଏହା ସୁଃଖଦ ସଂଯୋଗ କି ଓଡିଶାର ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ବର୍ଷ ସରକାର ପୂର୍ତ୍ତି ପାଳନ ହୋଇଛି,” କହିଛନ୍ତି ମୋଦି ।
ମହାପ୍ରଭୁ ଆମ ପାଇଁ ଆରାଧ୍ୟ । ଆମ ପାଇଁ ରାଜନୀତି ଜୟ ବିଜୟର ଭାଷଣ ନୁହେଁ । ମୋହନ ସରାକରକୁ ପ୍ରଂଶସା କଲେ ମୋଦି । ଏଠାରେ ବିଜେପି ସରାକର ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲା ଯାଇଛି କହିଛନ୍ତି ମୋଦି ।