
ଦେବଗଡ : ଝାମ୍ପି ନେଲେ ଅଧ କେଜି ସୁନା। ଦେବଗଡରେ ସୁନା ଦୋକାନୀଙ୍କ ଠାରୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍ । ଅମ୍ବାଦୋଳା ଥାନା ନିକଟ ରାସ୍ତାକଡ ଦୋକାନରୁ ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ଦୋକାନ ଖୋଲୁଥିବା ବେଳେ ୨ ଦୁର୍ବୃତ୍ତ ବାଇକ୍ରେ ଆସି ଅଳଙ୍କାର ନେଇ ଫେରାର ହୋଇ ଯାଇଛନ୍ତି । ପ୍ରାୟ ଅଧ କେଜିରୁ ଅଧିକ ସୁନା ଅଳଙ୍କାର ଲୁଟ୍ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।