
ବରଗଡ଼: ଟାଙ୍ଗିଆରେ ଚୋର ପରେ ଚୋଟ ମାରି ଚାଲିଲେ । ଚେୟାର ଉପରେ ବସିଥିବା ବେଳେ ଟଳିପଡିଲେ ବ୍ୟକ୍ତି । ବରଗଡ଼ ଜିଲ୍ଲା ସୋହେଲା ହଳଦୀପାଲି ପେଟ୍ରୋଲ ପମ୍ପରେ ଘଟିଛି ଏଭଳି ହୃଦୟ ବିଦାରକ ହତ୍ୟାକାଣ୍ଡ ।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ସୋହେଲା ହଳଦୀପାଲି ପେଟ୍ରୋଲ ପମ୍ପରେ ଦିନ ଦ୍ବିପ୍ରହରରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବଳିଷ୍ଠ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ସୋହେଲା ଥାନାରେ ଅଟକ ଥିବା ସୂଚନା ମିଳିଛି।
ସିସିଟିଭିରେ କଏଦ ହୋଇଛି ହତ୍ୟାକାଣ୍ଡର ପୁରା ଦୃଶ୍ୟ । ଅଭିଯୁକ୍ତ ଜଣକ ହେଲେ ଗର୍ଭନା ଗାଁର ୨୩ ବର୍ଷ ବୟସ୍କ ଯୁବକ ଲୋମନ୍ କୁମାର ସାହୁ । ସେ ବଳିଷ୍ଠ ପ୍ରଧାନଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।