ହେଲେ ସୁପ୍ରିମକୋର୍ଟରେ ୨ନୂତନ ବିଚାରପତିଙ୍କୁ ନିଯୁକ୍ତିଦେଲେ ରାଷ୍ଟ୍ରପତି

ନୂଆଦିଲ୍ଳୀ,28।08: ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତିଙ୍କୁ ବୁଧବାର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ପଦୋନ୍ନତି ପୂର୍ବକ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିବା ଦୁଇ ବିଚାରପତି ହେଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଆଲୋକ ଆରାଧେ ଓ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ବିପୁଲ ଏମ୍ ପାଞ୍ଚୋଲି। ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ ଆଧାରରେ ଏହି ଦୁଇ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ଏହି ନୂଆ ନିଯୁକ୍ତି ଦ୍ବାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚିଛି। ଅନ୍ୟପଟେ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖରଙ୍କୁ ବମ୍ବେ ହାଇକୋର୍ଟ ଓ ଜଷ୍ଟିସ ପବନକୁମାର ଭିମାପ୍ପା ବଜନଥ୍ରିଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୧୯୬୪ ଏପ୍ରିଲ ୧୩ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଆରାଧେ ୧୯୮୮ରେ ନିଜର ନ୍ୟାୟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୭ରେ​‌ ସେ ବମ୍ବେ ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୧ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୬ରେ ଜାମ୍ମୁ-କାଶ୍ମୀର ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୧୮ରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି ହୋଇଥିଲେ ଓ ୨୦୨୩ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୨୫ ଜାନୁଆରୀରେ ସେ ବମ୍ବେ ହାଇକୋର୍ଟକୁ ବଦଳି ହୋଇଥିଲେ। ଜଷ୍ଟିସ ପାଞ୍ଚୋଲି ୧୯୬୮ରେ ଗୁଜରାଟର ଅହମଦାବାଦରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୧ରେ ସେ ନିଜର ଆଇନ କ୍ୟାରିୟର ଆରମ୍ଭ କରିଥିଲେ। ଗୁଜରାଟ ହାଇକୋର୍ଟରେ ସେ ଆଡିସିନାଲ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ୭ବର୍ଷ କାମ କରିଥିଲେ। ୨୦୧୪ରେ ସେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୬ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୨୩ରେ ସେ ପାଟନା ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୨୫ ଜୁଲାଇ ୨୧ରେ ସେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଜଷ୍ଟିସ ପାଞ୍ଚୋଲି ୨୦୩୧ ଅକ୍ଟୋବରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ଓ ଏହି ପଦରେ ସେ ପ୍ରାୟ ଦୁଇବର୍ଷ ପାଇଁ ରହିବେ।

  • Related Posts

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାର : ବିହାରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ପୁଲିସର କଡାକଡି ଚେକିଂ ଚାଲିଛି । ଗୁଇନ୍ଦା ସଂସ୍ଥାର ସୁଚନା ପରେ ପୋଲିସ ହାଇଆଲର୍ଟରେ ରହିଥିବା…

    Continue reading
    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ.…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା