ଡିସେମ୍ବର ୫ରେ ମହାରାଷ୍ଟ୍ରରେ ଉତ୍ସବ

ଡିସେମ୍ବର ୫ରେ ଶପଥ ନେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ୨ ତାରିଖରେ ବିଧାୟକ ଦଳ ବୈଠକ ପରେ ୫ରେ ଶପଥ ସମାରୋହ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା ଉପରୁ ଏଯାଏଁ ପରଦା ହଟିନି।
ବିଜେପି ପକ୍ଷରୁ ପ୍ରକାଶ ସୂତ୍ର ରିପୋର୍ଟ ଅନୁସାରେ, ଡିସେମ୍ବର ୨ରେ ମହାୟୁତିର ବିଧାୟକ ଦଳ ବୈଠକ ବସିବ। ଏଥିରେ ପାର୍ଟି ମୁଖିଆ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ। ଏହାପରେ ଗୁରୁବାର (ଡିସେମ୍ବର ୫)ରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଉତ୍ସବ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଗୁରୁବାର ମହାୟୁତି ମେଣ୍ଟର ସଦସ୍ୟ ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ଏହାପରେ ମୁମ୍ବାଇରେ ଶୁକ୍ରବାର ବିଧାୟକ ଦଳ ବୈଠକ ବସିବାର ଥିଲା। ମାତ୍ର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା।

ନୂଆ ସରକାରରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସିନ୍ଦେ ଅପସେଟ୍ ଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ଗାଁକୁ ଚାଲି ଯାଇଥିବା କୁହାଯାଉଥିଲା। ମାତ୍ର ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସୋମବାର ବିଧାୟକ ଦଳ ବୈଠକରେ ସେ ଯୋଗଦେବେ। ଯଦି ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ନ ପାରିଲେ, ତେବେ ଭିଡିଓ କନଫେରେନ୍ସିଂ ଜରିଆରେ ଯୋଗଦେବେ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ୨୩୦ଟି ଆସନ ସହ ବିଜୟୀ ହୋଇଛି। ଏଥିରେ ବିଜେପି ଏକାକୀ ୧୩୨ଟି ଆସନ ଜିତି ଥିବାବେଳେ ଶିବସେନା ୫୭ ଏବଂ ଏନସିପି ୪୧ଟିରେ ବିଜୟୀ ହୋଇଛି।

  • Related Posts

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉଭୟ ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସତ…

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ନୂଆଦିଲ୍ଲୀ : ଉପରେ ଏକ ବଡ଼ ସଙ୍କଟ ମାଡ଼ିଆସୁଛି। ଏହି ସଙ୍କଟ ଦେଶର ଅର୍ଥନୀତିକୁ ଏକ ବଡ଼ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।ବାସ୍ତବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ର ବିନିମୟ ମୂଲ୍ୟ ଖୁବ୍ ଶୀଘ୍ର ୯୦ ସ୍ତର…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା