ତୃତୀୟ ଦିନରେ ବି ଚାଲି ପାରିଲାନି ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ତୃତୀୟ ଦିନରେ ବି ଚାଲି ପାରିଲାନି ସଂସଦର ଶୀତ ଅଧିବେଶନ । ଆରମ୍ଭରୁ ଅଚଳ ହେଲା ଗୃହକାର୍ୟ୍ୟ । ଆଦାନୀ ଝଡରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ହୋ ହାଲ୍ଲାରେ କମ୍ପିଲା ଗୃହ । ଗୁରୁବାର ଯାଏ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲବତୀ ଘୋଷଣା ହୋଇଛି । ଲୋକସଭାକୁ ବାଚସ୍ପତି ଓମବିର୍ଲା ମୁଲତବୀ ଘୋଷଣା କରିଥିଲେ ।
ତୃତୀୟ ଦିନରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ଉଭୟ ଗୃରେ ଆଦାନୀ ପ୍ରସଙ୍ଗ ଉଠିଥିଲା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଦାନୀ ଲାଞ୍ଚ ଘଟଣାରେ ଆଲୋଚନା ନେଇ କଂଗ୍ରେସ ଦାବି କରିଥିଲା । କଂଗ୍ରେସ ସାଂସଦ ରଣଦୀପ ସିଂହ ସୁରଜୱାଲା ଏବଂ ମନୀଷ ତିୱାରୀ ମୁଲତବୀ ପ୍ରସ୍ତାବ ଦେଇଥିଲେ । ଲୋକସଭାରେ ଆଦାନୀ ମାମଲାରେ ଆଲୋଚନା ନେଇ ଦାବି କରିଥିଲେ ବିରୋଧୀ । ଫଳରେ ଆରମ୍ଭରୁ ଅଚଳ ହୋଇଥିଲା ଗୃହ । ବାଧ୍ୟ ହୋଇ ପ୍ରଥମେ ଅପରାହ୍ନ ୧୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ବି ଗୃହକାର୍ୟ୍ୟ ଚାଲି ପାରିନଥିଲା । ବାଧ୍ୟ ହୋଇ ଗୁରୁବାର ଯାଏ ଲୋକସଭାକୁ ମୁଲବତୀ ଘୋଷଣା କରିଛନ୍ତି ବାଚସ୍ପତି ଓମବିର୍ଲା ।

ଆଦାନୀ ଗ୍ରୁପ ଉପରେ ହୋଇଥିବା ଅଭିଯୋଗକୁ ନେଇ ଲୋକସଭା ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ତୁମେ ଭାବୁଛ ଆଦାନୀ ଉପରେ ଲାଗିଥିବା ଅଭିଯୋଗ ସେ ସ୍ବୀକାର କରିବେ । ଏହା ସ୍ବାଭାବିକ ସେ ଅଭିଯୋଗକୁ ଖଣ୍ଡନ କରିବେ । ତାଙ୍କୁ ଗିରଫ କରାଯାଉ । ସେହି ଭଦ୍ର ବ୍ୟକ୍ତି ଜଣଙ୍କ କୋଟି କୋଟି ଟଙ୍କା ଲାଞ୍ଚ ନେଇଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସରକାର ତାଙ୍କୁ ସୁରକ୍ଷା ଦେଉଛି ।

  • Related Posts

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ଢାକା ବାଂଲାଦେଶରେ ଶେଖ ହାସିନାଙ୍କ ଶାସନର ପତନର ଗୋଟିଏ ବର୍ଷ ପୂରଣ ଅଗଷ୍ଟ ୮ରେ ହେବାକୁ ଯାଉଛି। ଏହି ଅବସରରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ, ସେ ଘୋଷଣା କରିଛନ୍ତି ଯେ, ଦେଶର…

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଉତ୍ତରକାଶୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଦଲଫଟା ବର୍ଷାରେ ଉତ୍ତରକାଶୀର ଧରାଲି ଗାଁ ସମ୍ପୂର୍ଣ୍ଣ ଭାସିଯାଇଛି । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପରେ ପାହାଡରୁ ମାଟି…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍