ତ୍ରିରଙ୍ଗା ଶୋଭାଯାତ୍ରା ସାମିଲ ହେଲେ ଧର୍ମେନ୍ଦ୍ର

ବ୍ରହ୍ମପୁର: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସହରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆଜି ଠାରୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି । ଶନିବାର ସକାଳେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି । ସେଠାରୁ କେନ୍ଦ୍ରମନ୍ତ୍ରୀ ରାମଲିଙ୍ଗେଶ୍ୱର ପାର୍କ ଅଭିମୁଖେ ଯାଇଥିଲେ। ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ପାର୍କ ସମ୍ମୁଖରୁ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଟାଉନ ହଲ ପର୍ୟ୍ୟନ୍ତ ଯାଇଥିଲେ। ସେଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଏହାପରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ୟ୍ୟନଗର ବିଧାୟକ ପ୍ରତାପ ନାୟକ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ଯୁବ ବିଜେପି ସଭାପତି ଶିବ ନାୟକ ତିରଙ୍ଗା ରାଲିରେ ସାମିଲ ହୋଇଥିଲେ। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଭିମୁଖେ ପ୍ରସ୍ଥାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦିନ ୧୧ଟାରେ ବିଶ୍ଵବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଦିବସରେ ଯୋଗଦେବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ଏହା ପରେ ଦିନ ୧ଟାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବାହାରି ଆଇଜର୍ (ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ) ଯିବେ। ଆଇଜର୍ ସମାବର୍ତ୍ତନ ଅପରାହ୍ନ ୩ଟାରେ ଆଇଜର ଉତ୍ସବରେ ଯୋଗଦେବେ ଅପରାହ୍ନ ୫ଟାରେ ଆଇଜର୍ ସେଣ୍ଟ୍ରାଲ୍ ଆନାଲିଟିକାଲ୍ ଫେସିଲିଟି, ବଏଜ୍ ହଷ୍ଟେଲ ଷ୍ଟାଫ୍ ଉଦ୍‌ଘାଟନ କରିବେ । ସନ୍ଧ୍ୟା ୬ଟା୩୦ରେ ଆଇଜର ସମୀକ୍ଷା ବୈଠକରେ ଯୋଗଦେଇ ଗୋପାଳପୁର ଫେରିବାର କାର୍ୟ୍ୟକ୍ରମ ରହିଛି ।

  • Related Posts

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ । ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍ । ଆଗାମୀ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବ୍ରାହ୍ମଣୀ ତଳେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ…

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ। ଗାଁରେ ଥିବା ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ରବିବାର ଜଣେ ୭ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରିଛି…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ