ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ । ନିର୍ୟାତନା ସହି ନପାରି ଯୁବକ ଜଣଙ୍କ ବିଷ ପିଇଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଯୁବକ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ପଞ୍ଚାୟତ ମହିପୁର ଗ୍ରାମର ମହେଶ୍ବର ମଲିକଙ୍କ ପୁଅ ରବୀନ୍ଦ୍ର ମଲିକ । ତେବେ ଏ ସମ୍ପର୍କରେ ପୋଲିସ ରବୀନ୍ଦ୍ରଙ୍କ ପରିବାର ଲୋକଙ୍କୁ ଅବଗତ କରିନଥିଲା । ମଙ୍ଗଳବାର ଏକଥା ଜଣାପଡିବା ପରେ ପୋଲିସ ତାଙ୍କ ପରିବାର ଲୋକଙ୍କୁ ନେଇ କଟକ ବଡ଼ ମେଡିକାଲ ଯାଇଥିବା ଜଣାପଡିଛି । ଗତ ୩ ଦିନ ତଳେ ଘଟିଥ‌ିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ ଯେ, ଗତ ରବିବାର ମଧ୍ୟାହ୍ନରେ ମହେଶ୍ବରଙ୍କ ଘରକୁ ସେହି ଗ୍ରାମର ଜଣେ ମହିଳା ଟଙ୍କା ମାଗିବାକୁ ଯାଇଥିଲେ । ଏହି ସମୟରେ ପଡ଼ୋଶୀ ରମେଶ ମଲିକ ଓ ତାଙ୍କ ପୁଅ ବାଦଲ ସମେତ ଅନ୍ୟମାନେ ଆସି ମହେଶ୍ଵରଙ୍କୁ ମାଡ଼ ମାରିଥିଲେ । ମହେଶ୍ଵର ଭିନ୍ନ‌କ୍ଷମ ହୋଇଥିବାରୁ ରବୀନ୍ଦ୍ର ଏଥିରେ ରାଗିଯାଇ ମାରଣାସ୍ତ୍ର ଧରି ଆସିଥିବା ରମେଶ ଓ ବାଦଲଙ୍କ ଉପରେ ଗରମ ପେଜ ଢାଳି ଦେଇଥିଲେ । ଏହାକୁ ନେଇ ରମେଶ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ରବୀନ୍ଦ୍ର ମହିଳା ଜଣଙ୍କୁ ସାଥିରେ ଆଣି ଅପରାହ୍ନ ପ୍ରାୟ ୪ଟା ବେଳେ ଥାନାରେ ପାଲଟା ଅଭିଯୋଗ କରିଥିଲେ । ହେଲେ ପୋଲିସ ତାଙ୍କୁ ଅଟକ ରଥି ମହିଳାଙ୍କୁ ଛାଡ଼ି ଦେଇଥିଲା । ସେଦିନ ରାତିରେ ପୋଲିସ ତାଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିବା ପରେ ମାଡ ସହି ନପାରି ଥାନା ଭିତରେ ରବୀନ୍ଦ୍ର ବିଷ ପିଇଦେଇଥିବା ଅଭିଯୋଗ ହୋଇଛି । ହେଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ସମରଜିତ ନାୟକ କହିଛନ୍ତି, ରବିବାର ରାତିରେ ରବୀନ୍ଦ୍ର ହଠାତ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମାଡ଼ ମରାଯାଇ ନାହିଁ କିମ୍ବା ସେ ବିଷ ପିଇନାହାନ୍ତି ।

  • Related Posts

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ବନ୍ଦୋବସ୍ତ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା । ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ବୁଧବାର ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।…

    ଜଳିଗଲେ ଆଉ ଜଣେ ଛାତ୍ରୀ

    ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଳି ଯାଇଛନ୍ତି ଜଣେ ଛାତ୍ରୀ। ଘର ଭିତରୁ ମିଳିଛି ଛାତ୍ରୀଙ୍କ ଜଳନ୍ତା ମୃତଦେହ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଜାଳି ଦେଇଛି ନା…

    Leave a Reply

    Your email address will not be published. Required fields are marked *

    You Missed

    ବିହାରରେ ୬୫ ଲକ୍ଷ ଭୋଟର ବାଦ୍‌ ପ୍ରସଙ୍ଗରେ ନିର୍ବାଚନ କମିସନ୍‌ଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

    ପୂର୍ବତନ ଉପବାଚସ୍ପତି ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

    ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’

    ଏସିଆ କପ୍‌ : ଚଳିତମାସ ୩ୟ ସପ୍ତାହରେ ଭାରତୀୟ ଦଳ ଘୋଷଣା

    ଯୁବତୀ ଜୀଅନ୍ତା ଜଳିଯିବା ଘଟଣା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇଙ୍କୁ ବଦଳି

    ଭାରତ ଉପରେ ଆମେରିକାର ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି