ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି

ଭୁବନେଶ୍ୱର: ମୁହଁ ମାଡ଼ି ତଳେ ପଡ଼ିଥିବା କଂଗ୍ରେସକୁ ସାଧାରଣ ନିର୍ବାଚନ ପରେ ବଳ ଦେଇଥିଲେ ଭକ୍ତ ଦାସ । କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସର ନବକଳେବର କଲେ ଓ ଭକ୍ତ ଦାସଙ୍କ ଭଳି ଜଣେ ଟାଣୁଆ ସଙ୍ଗଠକଙ୍କୁ ଦେଲେ ଦାୟିତ୍ବ । ଭକ୍ତ ବି ପୂରା ଦମରେ ସଙ୍ଗଠନକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଲେ । ହେଲେ ମାସ କେତେଟା ଯାଇନି, କଂଗ୍ରେସକୁ ପୁରୁଣା ରୋଗ ଫେରିଛି । ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି । ଉପରକୁ ଚିକ୍ ଚିକ୍ ଦିଶୁଥିବା ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟ ଭିତରେ ଏବେ ଅସନ୍ତୋଷ ଦାନା ବାନ୍ଧୁଛି । ନିକଟରେ ବିଧାୟକ ରମେଶ ଜେନା ଯୁବ-ଛାତ୍ରଙ୍କୁ ନେଇ କରିଥିବା ସଭା ଗୋଟିଏ ସଙ୍କେତ ମାତ୍ର ।କେବଳ ରମେଶ ନୁହଁନ୍ତି, କଂଗ୍ରେସର ଅନେକ ଛାମୁଆ ନେତା ରାଜଧାନୀରେ ମେଳି କଲେଣି । କିଛି ବରିଷ୍ଠ ନେତାଙ୍କ ଘରେ ନିୟମିତ ବୈଠକ ବସୁଛି । ମଉକା ଦେଖି ବିରୋଧୀ ଗୋଷ୍ଠୀ ଚଉକା ମାରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଚୟନ ଯଦି ତାଙ୍କ ସପକ୍ଷରେ ନ ଯାଏ, ତେବେ ଏହା ବିସ୍ଫୋରକ ରୂପ ନେଇପାରେ ।
ଅନ୍ୟପକ୍ଷରେ ଯେଉଁ ଚିତ୍ରଟି ଏବେ ଜଳ ଜଳ ଦିଶିଲାଣି, ତାହା ହେଉଛି ବଡ଼ ବଡ଼ ସଭାସମିତି ଛାଡ଼ିଦେଲେ, ଅନ୍ୟଠି ବରିଷ୍ଠଙ୍କ ଦେଖା ମିଳୁନି । ନା ନିଜ ନିର୍ବାଚନମଣ୍ଡଳୀରେ ସକ୍ରିୟ ଅଛନ୍ତି, ନା ରାଜ୍ୟ କାର୍ୟ୍ୟାଳୟରେ ଭକ୍ତଙ୍କ କଡ଼ରେ ବସି ସଂଗଠନ ସଜାଡିବାରେ ନିୟୋଜିତ ଅଛନ୍ତି । ରାଜନୈତିକ ସମୀକ୍ଷକ କହିଲେ, ନେତୃତ୍ବ ବଦଳିଲେ ସିନା, ଅଭ୍ୟାସ ବଦଲାଇପାରୁନାହାନ୍ତି ନେତା ।ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ମହିଳା ସୁରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେଡିକୁ ପଛରେ ପକାଇ କଂଗ୍ରେସ ଆଗକୁ ଯାଇଛି । ଜାତୀୟସ୍ତରରେ ଧାରଣା ହେଉଛି, ଯେମିତି ଓଡ଼ିଶାରେ ବିଜେଡି ଛିଡୁଛି, କଂଗ୍ରେସ ବଢ଼ୁଛି । ରାହୁଲଙ୍କ ଓଡ଼ିଶା ଗସ୍ତ ଏହି ଚର୍ଚ୍ଚାକୁ ବଳ ଦେଉଛି । ହେଲେ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟକୁ ନିରେଖି ଦେଖିଲେ ଜଣାପଡ଼ୁଛି, ଏ ସ୍ବପ୍ନକୁ ସାକାର ପାଇଁ ଭକ୍ତଙ୍କ ପ୍ରସ୍ତୁତିରେ ଅଭାବ ଜଳ ଜଳ ।

  • Related Posts

    କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି: ବିଜେଡ଼ି

    ଭୁବନେଶ୍ବର : କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି। ପୁଣି ପ୍ରେସମିଟ କରି ବିଜେଡିର ପ୍ରତିବାଦ। କେନ୍ଦୁପତ୍ରରେ ୧୮% ସ୍ଲାବରୁ ହଟାଇ ୫% ଅଣାଯାଇଛି । ଶୂନ ପ୍ରତିଶତ କରିବାକୁ ନବୀନଙ୍କ ଦାବି ପୂରଣ କରାଗଲାନି । ଓଡ଼ିଶାରେ ୩୦ଟି ଜିଲ୍ଲାରୁ ୨୨ଜିଲ୍ଲାରେ…

    Continue reading
    ସମ୍ବଲପୁର ମହାନଗର ନିର୍ବାଚନ ପାଇଁ ହାଇକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ: ରୋହିତ ପୂଜାରୀ

    ସମ୍ବଲପୁର:ହାଇକୋର୍ଟଙ୍କ ରାୟ ପରେ ସମ୍ବଲପୁର ମହାନଗର ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି। ଏନେଇ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି ସମ୍ବଲପୁର ମହାନଗର ନିର୍ବାଚନ ପାଇଁ ହାଇକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ଆଶା କରୁଛୁ, ବିଜେପି ସରକାର ଖୁବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    PRESIDENT OF INDIA’S GREETINGS ON THE EVE OF TEACHERS’ DAY

    ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରେ ଆର୍ଥିକ ଆତ୍ମବିଶ୍ୱାସ ବଢିବ – ଧର୍ମେନ୍ଦ୍ର ପ୍ରଧାନ

    ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା

    ‘ଭାରତୀୟ ଡାକ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟୱାର୍କ’ ସମ୍ପର୍କିତ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ୟୁରୋପୀୟ ୟୁନିଅନ ମୁଖ୍ୟ

    ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବ , ମେଲୋଡିରେ ହେବନି ଅଶ୍ଳୀଳ ନୃତ୍ୟ