
ଭୁବନେଶ୍ବର: ନନ୍ଦନକାନନରେ ସ୍ବତନ୍ତ୍ର ଭାବରେ କରାଯାଇଛି ‘ବାନରଙ୍କ ଦୁନିଆ’ । ପର୍ୟ୍ୟଟକଙ୍କ ଆକର୍ଷଣ ସାଜିବେ ଦେଶ ବିଦେଶର ବିଭିନ୍ନ ପ୍ରଜାତିର ମାଙ୍କଡ଼ । ଗୋଟିଏ ସ୍ଥାନରେ ପର୍ୟ୍ୟଟକମାନେ ବିଭିନ୍ନ ପ୍ରଜାତିର ମାଙ୍କଡ଼ଙ୍କୁ ଦେଖିବାକୁ ପାଇବେ । ପର୍ୟ୍ୟଟକଙ୍କ ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍ଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ଼ ‘ବାନରଙ୍କ ଦୁନିଆ’ ।
ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ଼ ଦେଖିବାକୁ ମିଳିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ ‘ବାନରଙ୍କ ଦୁନିଆ’ । ୧୩୬୬୫.୨ ବର୍ଗଫୁଟ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ ହୋଇଛି । ଏଥିପାଇଁ ମୋଟ ୧ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ବିଭିନ୍ନ ଦେଶର ୭ ପ୍ରଜାତିର ମାଙ୍କଡ଼ ଦେଖିବାକୁ ପାଇବେ ।ମାଙ୍କଡ଼ମାନଙ୍କ ପାଇଁ ନନ୍ଦନକାନନରେ ୧୮ଟି ଫିଡିଙ୍ଗ୍ ଚ୍ୟାମ୍ବର ଓ ୧୦ଟି ବ୍ୟାକ୍ କ୍ରୋଲ ବ୍ୟବସ୍ଥା କରାଯାଇଛି । ପର୍ୟ୍ୟଟକମାନେ ଖୁଆଡ଼ ବୁଲି ଦେଖୁବା ପାଇଁ ସମସ୍ତ ରାସ୍ତାକୁ କଂକ୍ରିଟ, ଉପରେ ଛାତ ଓ ଜନ୍ତୁମାନଙ୍କୁ ଦେଖୁବା ପାଇଁ ଖୁଆଡ଼ ସମ୍ମୁଖରେ କାଚ ଲଗାଯାଇଛି । ଖୁଆଡ଼ ସହିତ ପର୍ୟ୍ୟଟକମାନେ କୃତ୍ରିମ ଝରଣା ମଧ୍ୟ ଦେଖିପାରିବେ । ବର୍ତ୍ତମାନ ସମୟରେ ନନ୍ଦନକାନନରେ କେବଳ ୧୦ ପ୍ରଜାତିର ବିଦେଶୀ ମାଙ୍କଡ ଦେଖିବାକୁ ପାଇବେ । ସମୁଦାୟ ନନ୍ଦନକାନନରେ ୧୫ ପ୍ରଜାତିର ଦେଶୀ ଏବଂ ବିଦେଶୀ ମାଙ୍କଡ ଦେଖିବାକୁ ପାଇଵେ ପର୍ୟ୍ୟଟକ ।ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, “ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ କରାଯାଉଛି । ଯାହା ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବ । ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ୟ୍ୟଟକ ଆସୁଛନ୍ତି । ସେମାନଙ୍କର ସଂଖ୍ୟା କିଭଳି ଭାବରେ ବୃଦ୍ଧି କରାଯିବ ସେନେଇ ମଧ୍ୟ ଯୋଜନା କରାଯାଉଛି ।”