ନବୀନଙ୍କ ସହ କଥା ହେଲେ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ଆଶୁ ଆରୋଗ୍ୟ କାମନା ସହ ନୂଆଦିଲ୍ଲୀ ଆସି ଭେଟିବା ଲାଗି ନବୀନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଉଭୟ ତୁଙ୍ଗ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ନବୀନ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।ଦୀର୍ଘ ଦିନ ବ୍ୟବଧାନ ପରେ କଥା ହୋଇଛନ୍ତି ଦେଶର ଦୁଇ ତୁଙ୍ଗ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଛନ୍ତି। ଉଭୟ ନେତା ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି। ପ୍ରାୟ ୧୦ ମିନିଟ ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବୀନଙ୍କୁ ଫୋନ କରି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନରେନ୍ଦ୍ର। ସେହିପରି କିଛି ଦିନ ସାମାଜିକ ଜୀବନରୁ ଦୁରେଇ ଆରାମ କରିବାକୁ ନବୀନଙ୍କୁ, ମୋଦି ପରାମର୍ଶ ଦେଇଛନ୍ତି। ଏପରିକି ସୁସ୍ଥ ହେବା ପରେ ନୂଆଦିଲ୍ଲୀ ଆସି ଭେଟିବା ପାଇଁ ନବୀନଙ୍କୁ କହିଛନ୍ତି ମୋଦି। ଏନେଇ ବିରୋଧୀ ଦଳ ନେତାଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଦେଶର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଏହା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ଆଲୋଚନା ବୋଲି କୁହାଯାଉଛି। କିନ୍ତୁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାକୁ ରାଜନୈତିକ ପ୍ରସଙ୍ଗରେ ଯୋଡ଼ା ହେବା ସ୍ୱାଭାବିକ କଥା।

  • Related Posts

    ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

    ଭୁବନେଶ୍ୱର: ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ରାଜ୍ୟରେ ସାରର କଳାବଜାରୀ ସହିତ ସରକାରୀ ଦାମଠୁ ଅଧିକ ଦାମରେ ବିକ୍ରି ହେବାକୁ ନେଇ ବିଜେପି ଦାୟୀ କରିବା ସହିତ ଏନେଇ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ…

    Continue reading
    ଲଘୁଚାପ : ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ

    ଭୁବନେଶ୍ୱର: ଆସନ୍ତା ୨ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ଏହା ପ୍ରଭାବରେ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଗୋଟିଏ କାରରେ ମୋଦି ଏବଂ ପୁଟିନ

    ଗୋଟିଏ କାରରେ ମୋଦି ଏବଂ ପୁଟିନ

    ୨ କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

    ୨ କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

    ଗୋଟିଏ ମଞ୍ଚରେଏକାଠି ହେଲେ ୩ ମହାଶକ୍ତି

    ଗୋଟିଏ ମଞ୍ଚରେଏକାଠି ହେଲେ  ୩ ମହାଶକ୍ତି

    ଆଫଗାନିସ୍ତାନରେ ଭୂମିକମ୍ପ: ୨୫୦ ମୃତ

    ଆଫଗାନିସ୍ତାନରେ ଭୂମିକମ୍ପ: ୨୫୦  ମୃତ

    ଶେହବାଜଙ୍କୁ ଅଣଦେଖା କରି ଚାଲିଗଲେ ମୋଦୀ-ପୁଟିନ୍

    ଶେହବାଜଙ୍କୁ ଅଣଦେଖା କରି ଚାଲିଗଲେ ମୋଦୀ-ପୁଟିନ୍

    ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

    ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି