ନାବାଳିକା ନିଜକୁ ଜାଳିଦେଲେ

ବରଗଡ : ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷିୟା ନାବାଳିକା ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳିଯାଇଥିବା ସୂଚନା ମିଳିଛି । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ, ତାଙ୍କୁ ହସପିଟାଲକୁ ନିଆଯାଇଛି ।ପରିବାର ଲୋକସଙ୍କ ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ତାଙ୍କ ମାମୁଁ ଘରରେ ରହି ପାଠ ପଢ଼ୁଥିଲେ । ଆଜି ସକାଳୁ ମାମୁଁ ଘର ନିକଟରେ ଥିବା ଏକ ଖେଳ ପଡ଼ିଆରୁ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନାବାଳିକା ଶରୀରେ ନିଆଁ ଲାଗିଯାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ପୋଲିସ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ହସପିଟାଲ ନିଆଯାଇଥିଲା ।ଗତ କିଛିଦିନ ପୂର୍ବରୁ ବାଲେଶ୍ୱର, ବଳଙ୍ଗା ଏବଂ କେନ୍ଦ୍ରାପଡ଼ା ପଟାମୁଣ୍ଡାଇରେ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା, ଏବେ ମଧ୍ୟ ମନରୁ ଲିଭି ନଥିବା ବେଳେ, ବରଗଡ଼ ଜିଲ୍ଲାରେ ଏକ ଲୋମ ଟାଙ୍କୁରା ଅଘଟଣ ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଭାଗ୍ୟଜନ ଘଟଣା ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ ।

  • Related Posts

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ୭୯ ତମ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ଅବସରରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଜି ପରେଡ୍‌ ରିହର୍ସଲ ଆୟୋଜିତ ହୋଇଛି । ଚଳିତ ବର୍ଷ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍‌ ସମାରୋହରେ ତାଙ୍କ କମାଲ ଦେଖାଇବେ ।…

    Continue reading
    ଗୁଳିବିନିମୟ: ଜଣେ ନକ୍ସଲ ନିହତ

    ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଧୀନସ୍ଥ ଜରାଇକେଲା ସୀମାନ୍ତରେ ଥିବା ଯିବା ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା