ନିର୍ମାଣ ହେବ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ୟ୍ୟୟ ପ୍ରବଣ ଅଞ୍ଚଳରେ ସ୍କୁଲଗୁଡ଼ିକ ନିକଟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ହେବ। ଏଗୁଡ଼ିକ ବହୁମୁଖୀ ହେବ, ଯାହା ବିପର୍ୟ୍ୟୟ ସମୟରେ ଆଶ୍ରୟ ପ୍ରଦାନ କରିବ ଏବଂ ଅନ୍ୟ ସମୟରେ ସାମାଜିକ କାର୍ୟ୍ୟ ପାଇଁ ବ୍ୟବହୃତ ହେବ। ଏହାଦ୍ବାରା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବ ନାହିଁ। ଏହି ଯୋଜନା ରାଜ୍ୟର ବିପର୍ୟ୍ୟୟ ପରିଚାଳନା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ବୁଧବାର ବିପର୍ୟ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଓଡ଼ିଶାକୁ ପ୍ରତିବର୍ଷ ଆସୁଥିବା ବିପର୍ୟ୍ୟୟ ପରିଚାଳନା ଲାଗି ୫ ଦାବି କରିଥିଲେ ରାଜସ୍ବ ମନ୍ତ୍ରୀ । ଦୁଇ ହଜାର କୋଟି ଟଙ୍କାର ଓଡ଼ିଶାରେ ୫୦୦ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଦାବି କରିଥିଲେ ମନ୍ତ୍ରୀ । ରାଜ୍ୟବ୍ୟାପୀ ଆଗୁଆ ସତର୍କତା ପ୍ରସାରଣ ପ୍ରଣାଳୀ ପ୍ରକଳ୍ପର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ଦାବି । ୮୩୬୩ କୋଟି ଟଙ୍କାରେ ରାଜ୍ୟରେ ବିପର୍ୟ୍ୟୟ ପ୍ରତିରୋଧୀ ଶକ୍ତି ପରିବହନ ଏବଂ ବଣ୍ଟନ ଭିତ୍ତିଭୂମି ବିକଶିତ କରିବା ପାଇଁ ଓଡ଼ିଶାରେ ବିପର୍ୟ୍ୟୟ ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଉପକୂଳ କ୍ଷୟ ନିବାରଣ ଏବଂ ଉପକୂଳ ଜୀବିକା, ଇକୋସିଷ୍ଟମର ସୁରକ୍ଷା ଏବଂ ସାମୁଦାୟିକ ସ୍ଥିରତା ଗଠନ କରିବାକୁ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦାବି କରିଥିଲେ ।

ଏହାସହ ସୁରେଶ ପୂଜାରୀ କହିଥିଲେ, ପ୍ରତିବର୍ଷ ଜଳବାୟୁ ସମ୍ବନ୍ଧୀୟ ବିପଦର ବାରମ୍ବାର ଘଟଣା ଯୋଗୁଁ ବଡ଼ ଧରଣର କ୍ଷୟକ୍ଷତି ଏବଂ ଉପକୂଳ କ୍ଷୟ ଘଟୁଛି । ଲୋକଙ୍କ ଜୀବନ ଏବଂ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼େ । ରାଜ୍ୟକୁ ବିପର୍ୟ୍ୟୟ ପ୍ରତିରୋଧୀ କରିବା ଏବଂ ଏହାର ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଉପକୂଳ କ୍ଷୟକୁ ରକ୍ଷା କରିବା ପାଇଁ ଏହି ଦାବି କରାଯାଇଛି ।

  • Related Posts

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ.…

    Continue reading
    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା