ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ୩ ଦିନିଆ ରିମାଣ୍ଡରେ ପୁରୁଷ ବନ୍ଧୁ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ଘଟଣା। ପ୍ରକୃତିଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇନ୍‌ଫୋସିଟି ଥାନା ପୁଲିସ। ମୃତ୍ୟୁ ପୂର୍ବରୁ ସେ ପ୍ରକୃତିଙ୍କୁ ମାନସିକ ଅତ୍ୟାଚାର ଦେଇଥିଲେ କି ନାହିଁ ? ଆତ୍ମହତ୍ୟା ପଛରେ ପ୍ରକୃତ କାରଣ କଣ ରହିଛି। ଅଦ୍ଭିକ୍‌ଙ୍କ ଠାରୁ ସବୁ ତଥ୍ୟ ଓଗାଳିବ ପୁଲିସ। ସେପଟେ ପ୍ରକୃତିଙ୍କ ଡାଏରୀରେ ନେପାଳୀ ଭାଷାରେ ଲେଖାଥିବା ସୁଇସାଇଡାଲ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି।

ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ। ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ। ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ।

ଅନ୍ୟପଟେ ଘଟଣାରେ ଅଭିଯୁକ୍ତ ଥିବା ଯୁବକ ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ବାହାରକୁ ଫେରାର ଉଦ୍ୟମ ବେଳେ ଧରିଥିଲା ପୋଲିସ । ଯୁବକକୁ ଗିରଫ ସହ ମୋବାଇଲ୍‌, ଲାପଟପ ଜବତ କରିଥିଲା ପୋଲିସ । ବୁଧବାର ସଂଧ୍ୟା ସମୟରେ ଅଭିଯୁକ୍ତ ଯୁବକଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନ୍‌ଫୋସିଟି ପୋଲିସ । ଆଉ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକକୁ ତିନିଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଯାହାଫଳରେ ଗୁରୁବାରଠାରୁ ଯୁବକ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କ ତିନି ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହୋଇଛି ।

  • Related Posts

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ମାହାଙ୍ଗା: ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମରେ ଘଟିଛି ଏଭଳି ଇଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବିଷ…

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ। କାର ଜବତ। ଏବେ ବି କାର୍ ମାଲିକ ଫେରାର ରହିଥିବା ବେଳେ ଉଭୟ ସ୍କର୍ପିଓ ଓ ଚାଳକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି । ଶନିବାର ବରମୁଣ୍ଡାରୁ ରେସ୍ କରି ଆସୁଥିବା…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ