ପଟ୍ଟାମୁଣ୍ଡାଇ ଘଟଣା; ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଗିରଫ ହୋଇଛନ୍ତି ପୁରୁଷ ବନ୍ଧୁ। ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରି ଓଡ଼ିଶା ଆଣୁଛି ପୁଲିସ । ସଂପୃକ୍ତ ଯୁବକଙ୍କ ନାଁରେ ବ୍ଲାକମେଲିଂ ନେଇ ଅଭିଯୋଗ ହୋଇଛି । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଆଜି କାଠିଆପଡା ଗାଁକୁ ଯିବ ଫରେନସିକ୍‍ ଟିମ୍‍ । କେନ୍ଦ୍ରାପଡା ଏସପିଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଯିବେ । ଏହାପେର ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି କୁହାଯାଉଛି । ଗତକାଲି ଯୁବତୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଅପରପକ୍ଷରେ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଛାତ୍ରୀଙ୍କ ଘରୁ ପୁଲିସ ଯେଉଁ ମୋବାଇଲ ଫୋନ ଜବତ କରିଛି ତାହାର ଫରେନସିକ ଟେଷ୍ଟ ହେଲେ ବହୁ ତଥ୍ୟ ମିଳିପାରିବ। ଛାତ୍ରୀଙ୍କ ପୁରୁଷ ବନ୍ଧୁ କେଉଁ ସବୁ ଫଟୋ ଓ ଭିଡିଓ ରଖି ତାଙ୍କୁ ବ୍ଲାକ ମେଲିଂ କରୁଥିଲା ଓ ଫୋନରେ କି ପ୍ରକାର ଧମକଚମକ ଦେଉଥିଲା ତାହା ମଧ୍ୟ ଜଣାପଡ଼ିବ। ସେହିପରି ମୃତ ଛାତ୍ରୀଙ୍କ ଗ୍ରାମର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି, ପୀଡ଼ିତାଙ୍କ ମୋବାଇଲ ଯାଞ୍ଚ କରାଗଲେ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲକୁ ଟ୍ରାକ କରାଯାଇପାରିଲେ ଘଟଣା ପଛର ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ।

  • Related Posts

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଜଗତସିଂହପୁର: ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୋଲିସ ଏସଆଇ । ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ…

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଭୁବନେଶ୍ବର: ବନ୍ଧକ ଘରକୁ ମୁକଳାଇ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଲେ। ୨.୧୫ କୋଟି ଟଙ୍କା ନେବା ପରେ ଘର ଦେବା ତ ଦୂରର କଥା ବର୍ଷେ ଧରି ଭୂଆଁ ବୁଲାଇଲେ। ଟଙ୍କା ମାଗିବା ପାଇଁ ଯାଇଥିବା ବେଳେ ମାରଣାସ୍ତ୍ରରେ ଆକ୍ରମଣ କରି…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ