ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା: କଟକରେ ହେବ ଶବ ବ୍ୟବଚ୍ଛେଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ନୂଆ ମୋଡ । କଟକରେ ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ l ପୂର୍ବାହ୍ନ ୧୦ଟାରେ ମୃତଦେହ କେନ୍ଦ୍ରାପଡ଼ାରୁ କଟକ ଏସ୍‌ସିବି ମେଡିକାଲ ଅଭିମୁଖେ ବାହାରି ଯାଇଛି l କଡ଼ା ସୁରକ୍ଷା ମଧ୍ୟରେ କଟକ ସ୍ଥାନାନ୍ତର ହୋଇଛି ଛାତ୍ରୀଙ୍କ ମୃତଦେହ l କେନ୍ଦ୍ରାପଡାରେ FMT ଡାକ୍ତରଙ୍କ ଅଭାବ ଦର୍ଶାଇ ପୋଲିସ ଏହି ନିଷ୍ପତ୍ତି ନେଇଛି lସେପଟେ, ପୀଡ଼ିତାଙ୍କ ମା’ କହିଛନ୍ତି ମୋ ଝିଅଙ୍କୁ ନ୍ୟାୟ ମିଳୁ । ଦୋଷୀକୁ ଫାଶୀ ହେବା ଦରକାର । ମୋ ଝିଅ ତ ଗଲା । ଅଭିଯୁକ୍ତ କ’ଣ ଖୋଲା ବୁଲିବ । ତାକୁ ଫାଶୀ ହେଉ ବୋଲି ସେ କହିଛନ୍ତି ।

ବୁଧବାର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଯୁବତୀ ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଝିଅର ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଥିଲେ ବାପା । ତାଙ୍କ ମତରେ, ଜଣେ ଯୁବକ ତାଙ୍କ ଝିଅକୁ ବ୍ଲାକମେଲିଂ କରୁଥିଲା । ବାରମ୍ବାର ସେ ଝିଅର ଫଟୋ ଓ ଭିଡ଼ିଓ ଭାଇରାଲ୍ କରିବାକୁ ଧମକ ମଧ୍ୟ ଦେଉଥିଲା । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଥାନା ଅଧିକାରୀ ଅଭିଯୋଗକୁ ରଖିନଥିଲେ । ବରଂ ଫୋନ୍‌ରେ ସେ ପୁଅର ନମ୍ବର ବ୍ଲକ୍ କରିବାକୁ କହିଥିଲେ । ଶେଷରେ ଯୁବତୀ ଜଣଙ୍କ ବାରମ୍ବାର ବ୍ଲାକମେଲିଂର ଧମକ ପାଇଁ ଆତ୍ମହତ୍ୟା କରିବାକୁ ପଛାଇନଥିଲା । ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କ ବାପା କହିଥିଲେ । ତେବେ ଜଣେ ଥାନା ଅଧିକାରୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ତୁରନ୍ତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସ୍‌ଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରିଛନ୍ତି ଏସ୍‌ପି ।

  • Related Posts

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    କୋରାପୁଟ: ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ