ପର୍ଥ ଟେଷ୍ଟ ଖେଳିବେନି ରୋହିତ

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସନ୍ତାନର ପିତା ହୋଇଛନ୍ତି। ରୋହିତଙ୍କ ପତ୍ନୀ ଋତିକା ମୁମ୍ବଇର ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ତାଙ୍କର ଏକ ଝିଅ ଥିଲା। ଏହି ଖବର ଆସିବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଅଷ୍ଟ୍ରେଲିଆରେ ଅଛି। ପିତା ହେବାକୁ ଥିବାରୁ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି। ଏ ନେଇ ରୋହିତ ବିସିସିଆଇକୁ ମଧ୍ୟ ଅବଗତ କରାଇବା ସହ ଛୁଟି ମାଗିଥିଲେ। ବିସିସିଆଇ ରୋହିତଙ୍କ ପ୍ରସ୍ତାବକୁ ସମ୍ମାନ ଦେବା ସହିତ ଛୁଟି ମଞ୍ଜୁର କରିଥିଲା। ରୋହିତ ମୁମ୍ବଇରେ ରହି ଅଭ୍ୟାସ ଜାରି ରଖିଛନ୍ତି। ରୋହିତଙ୍କୁ ଅଭ୍ୟାସ ନେଇ ମୁମ୍ବଇ କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ଏବେ ଦ୍ବିତୀୟ ସନ୍ତାନର ପିତା ହେବା ପରେ ପର୍ଥ ଟେଷ୍ଟ ନଖେଳିବା ନେଇ ସ୍ପଷ୍ଟ ହୋଇଛି। ରୋହିତଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ବୁମ୍‌ରା ପର୍ଥ ଟେଷ୍ଟରେ ଭାରତର ନେତୃତ୍ବ ନେବେ। ଡିସେମ୍ବର ୬ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ବେଳକୁ ରୋହିତ ଦଳ ସହିତ ଯୋଗ ଦେ​‌ବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ରୋହିତଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଲୋକେଶ ରାହୁଲ କିମ୍ବା ଅଭିମନ୍ୟୁ ଈଶ୍ବରନଙ୍କ ମଧ୍ୟରୁ ଜଣେ ଓପନିଂ କରିପାରନ୍ତି। ରାହୁଲ ଅଭ୍ୟାସ ସମୟରେ ଆଘାତପ୍ରାପ୍ତ ହୋଇଥିଲେ। କିନ୍ତୁ ବିସିସିଆଇ ପକ୍ଷରୁ ରାହୁଲଙ୍କ ଆଘାତ ଗୁରୁତର ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସର୍ଫରାଜ ଖାନ ଓ ଶୁବମାନ ଗିଲ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ସର୍ଫରାଜଙ୍କ ଆଘାତ ମଧ୍ୟ ଗୁରୁତର ନଥିବା କୁହାଯାଇଛି। ଗିଲ୍‌ଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି। ଫଳରେ ସେ ପ୍ରଥମ ଟେଷ୍ଟ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି। ଗିଲ୍‌ ଯଦି ନଖେଳନ୍ତି ତେବେ ପର୍ଥ ଟେଷ୍ଟରେ ରାହୁଲ ଓ ସର୍ଫରାଜ ଖେଳିବା ନିଶ୍ଚିତ ହେବ। ସୂଚନାଯୋଗ୍ୟ, ଭାରତ ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଟେ​‌ଷ୍ଟ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ। ଭାରତକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ନକରି ବିଶ୍ବ ଟେ​‌ଷ୍ଟ ଚମ୍ପିଆନସିପ୍‌ ୨୦୨୪-୨୫ ଫାଇନାଲ ଖେଳିବାକୁ ହେଲେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାକୁ ୪-୦ରେ ଜିତିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଭାରତ ପାଇଁ ଉକ୍ତ ଶୃଙ୍ଖଳାର ଗୁରୁତ୍ବ ବଢିଯାଇଛି।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର