ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ନିହତ: ଶାହ

ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ। ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅପରେସନ ‘ସିନ୍ଦୂର’ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପହଲଗାଓଁ ଆକ୍ରମଣରେ ଯେଉଁମାନେ ଆମ ୨୬ ନାଗରିକଙ୍କୁ ହତ୍ୟା କରିଥିଲେ ସେମାନଙ୍କୁ ନିପାତ କରାଯାଇଛି। ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ଅପରେସନ ‘ମହାଦେବ’ରେ ନିହତ ହୋଇଛନ୍ତି।ଶାହ କହିଥିଲେ, ସେନାକୁ କାର୍ୟ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା। ସେମାନେ ଆତଙ୍କବାଦୀଙ୍କ ଠିକଣାକୁ ଚୂରମାର କରିଦେଇଛନ୍ତି। ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କ ଘରେ ପଶି ମାରିଲୁ। ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ। ଆତଙ୍କୀମାନଙ୍କୁ ମାରି ଭାରତୀୟ ସେନା, ସିଆରପିଏଫ, ଜାମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ଅପରେସନ ‘ମହାଦେବ’କୁ ସଫଳ କରାଇଛନ୍ତି।ଏହି ବିତର୍କରେ ବିଜେପି ସାଂସଦ ସଞ୍ଜୟ ଜୟସଓ୍ବାଲ, ଡିଏମକେ ସାଂସଦ କାନିମୋଇ, ଏ. ରାଜା, ସମାଜବାଦୀ ପାର୍ଟି ସାଂସଦ ବୀରେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମିଲ ହେବେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରାହ୍ନ ୫ଟାରେ ନିଜର ମନ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଅପରାହ୍ନ ୧ଟା ୩୦ରେ ଏବଂ କେ.ସି. ବେଣୁଗୋପାଳ ଅପରାହ୍ନ ୨ଟା ୩୦ରେ ମନ୍ତବ୍ୟ ରଖିବେ।

  • Garvita Odia

    Related Posts

    ଭୂକମ୍ପରେ ଥରିଲା ରୁଷ

    ମସ୍କୋ: ଭୂକମ୍ପରେ ଥରିଲା ରୁଷ ।ସକାଳୁ ସକାଳୁ ଲାଗିଲା ଶକ୍ତିଶାଳୀ ଭୂକମ୍ପର ଝଟକା । ୮.୮ ତୀବ୍ରତାର ଭୂକମ୍ପରେ ଥରହର ରୁଷ । ତେବେ ରୁଷର ପୂର୍ବ କାମଚଟକା ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର…

    ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

    ଶ୍ରୀନଗର: ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍ । ସିନ୍ଧ ନଦୀକୁ ଖସି ପଡ଼ିଲା ବସ୍ । ଭୋର ସମୟରେ ଏକ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ବସଟି ନଦୀକୁ ସିଧା ଖସି ଯିବା ଫଳରେ…

    Leave a Reply

    Your email address will not be published. Required fields are marked *

    You Missed

    ଭୂକମ୍ପରେ ଥରିଲା ରୁଷ

    ଭୂକମ୍ପରେ ଥରିଲା ରୁଷ

    ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

    ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

    ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

    ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

    ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ କୁହନ୍ତୁ ଯେ ଟ୍ରମ୍ପ ମିଛ କହୁଛନ୍ତି:ରାହୁଲ

    ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ  କୁହନ୍ତୁ ଯେ  ଟ୍ରମ୍ପ ମିଛ କହୁଛନ୍ତି:ରାହୁଲ

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ