
କଟକ : କଟକ ବିଡ଼ାନାସୀ ଥାନା ଭୁଆସୁଣୀ ପଠାରେ ଷଣ୍ଢଙ୍କ ଉତ୍ପାତ। ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବିଡାନାସୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ସିଏମ୍ସି ପକ୍ଷରୁ ଷଣ୍ଢକୁ କାବୁ କରାଯାଇଛି।
ସୂଚନାନୁଯାୟୀ, ସୋମବାର ସକାଳେ ବିଡାନାସୀ ଅଞ୍ଚଳର ଜଣେ ବୃଦ୍ଧ ଭୁଆସୁଣୀ ପଠାକୁ ଯାଇଥିଲେ। ଏହି ସମୟରେ ଏକ ପାଗଳ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟ ଏକାଧିକ ଲୋକଙ୍କୁ ଷଣ୍ଢ ଆକ୍ରମଣ କରିଥିଲା। ସିଏମ୍ସି ପକ୍ଷରୁ ଷଣ୍ଢକୁ କାବୁ କରାଯାଇଛି।