
କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ରଙ୍ଗମାଟିଆ ସାହିରେ ଅଘଟଣ । ପୁଅର ଟାଙ୍ଗିଆ ଚୋଟରେ ମାଆର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମହିଳାଙ୍କ ସହ ସାନପୁଅର ଝଗଡା ହୋଇଥିଲା । ମହିଳା ଜଣକ କାମ କରୁଥିବାବେଳେ ପୂର୍ବରାଗ ରଖି ଟାଙ୍ଗିଆରେ ଆକ୍ରମଣ କରିଥିଲା ପୁଅ । ମୁଣ୍ଡକୁ ଚୋଟ ଦେବାରୁ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମାଆର ମୃତ୍ୟୁ ଘଟାଇ ପୁଅ ସାଲଖାନ ଘଟଗାଁ ଥାନାରେ ଆତ୍ମସମର୍ପଣ କରିଛି। ଖବର ପାଇ ଘଟଗାଁ ଆଇଆଇସି ପ୍ରଶାନ୍ତ କୁମାର ସାମଲ ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।